ଛାତରୁ ଖସି ପଡ଼ି ମହିଳା ମୃତ
ଛତ୍ରପୁର, (ଓ୍ବାଇଏନଏସ): ଘର ଛାତ ଉପରେ ପାଣି ଦେଉଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗଞ୍ଜାମ ଥାନା ଅଧିନ ଦୁର୍ଗାଦେବି ସାହିର ପ୍ରଦୀପ ଜେନା ଙ୍କ ସ୍ତ୍ରୀ ସୁଜତା ଜେନା(45) | ମହିଳା ଜଣକ ସନ୍ଧ୍ୟା ସମୟରେ ନିଜ ଘର ଛାତ ଉପରକୁ ପାଣି ପକାଇବା ପାଇଁ ଯାଇଥିଲେ। ତେବେ କାମ କରୁଥିବା ସମୟରେ ହଠାତ ଗୋଡ଼ ଖସିଯିବାରୁ ସେ ଛାତ ଉପରୁ ସିଧା ତଳକୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଛତ୍ରପୁର ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |


