ହଦଗଡ଼ ପର୍ଯ୍ୟଟନସ୍ଥଳୀକୁ ଇକୋ ଟୁରିଜିମ୍ ଘୋଷଣାକୁ ନେଇ ବିଧାନସଭାରେ ପ୍ରଶ୍ନ ରଖିଲେ ବିଧାୟକ

ହାଟଡିହି (ଓ୍ବାଇଏନଏସ): ହଦଗଡ଼ ପର୍ଯ୍ୟଟନସ୍ଥଳୀକୁ ଇକୋ ଟୁରିଜିମ୍ ଘୋଷଣା ହୋଇଥିଲେ ମଧ୍ୟ ଏବେ ଏହାର ସ୍ଥିତି କଣ ଅଛି ତାହାକୁ  ନେଇ ବିଧାନସଭାରେ ପ୍ରଶ୍ନ ରଖିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ଏନେଇ ବିଧାୟକ ଶ୍ରୀ  ସେଠୀ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ତାଙ୍କ ପ୍ରଶ୍ନ କରିଥିଲେ। ଆନନ୍ଦପୁର ଉପଖଣ୍ଡରେ ଅବସ୍ଥିତ ହଦଗଡ ପର୍ଯ୍ୟଟନ ସ୍ଥଳୀକୁ ପୂର୍ବ ସରକାର ସମୟରେ ଇକୋ ଟୁରିଜିମି ପାଇଁ ଘୋଷଣା କରିଥିଲେ। ହେଲେ ଏବେସୁଧା ଇକୋ ଟୁରିଜିମ କାମ ଆରମ୍ଭ ହୋଇପାରିଲାନି।  ଓଡିଶା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ହଦଗଡ ବୁଲିବା ପାଇଁ ଆସିଥାନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିବାର କୌଣସି ବ୍ୟବସ୍ଥା ନାହିଁ କି ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ନାହିଁ ଯାହା ଦ୍ବାରା ପର୍ଯ୍ୟଟକ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାର ଏଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବେ କି ବୋଲି ବିଧାୟକ ଶ୍ରୀ ସେଠୀ ପ୍ରଶ୍ନ ରଖିଥିଲେ। ହଦଗଡର ଆକର୍ଷଣୀୟତା ବୃଦ୍ଧି ସହ ଏହାର ବିକାଶ ଦିଗ ଦିଗରେ ସରକାର କଣ ପଦକ୍ଷେପ ନେଉଛନ୍ତି ଜଣାଇବେ କି ବୋଲି ପ୍ରଶ୍ନର ଉତ୍ତରରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ କି ଆନନ୍ଦପୁର ଉପଖଣ୍ଡରେ ଅବସ୍ଥିତ ହଦଗଡ ପର୍ଯ୍ୟଟନ ସ୍ଥଳୀକୁ ଇକୋ ଟୁରିଜିମି ରେ ସାମିଲ କରିବା ସହିତ ୩କୋଟି ୬୯ ଲକ୍ଷ ୫০ ହଜାର ଟଙ୍କାର ବ୍ଲକ ଖର୍ଚ ଆକଳନ (ବିଏସଇ ) କରାଯାଇ ୨/୧୧/୨୦୨୪ରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯାଇଅଛି । ଏହି ପ୍ରସ୍ତାବକୁ ପ୍ରଚଳିତ ଇକୋ ଟୁରିଜିମ ନୀତି/ ମାର୍ଗଦର୍ଶିକା ଏବଂ ଏହା ସମ୍ବନ୍ଧିୟ ଅନ୍ୟ ନିୟମାବଳୀ ଅନୁଯାୟୀ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ