କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଐନଏସ):ନାଉଗାଁ ବ୍ଲକ ଅନ୍ତର୍ଗତ ଘୋଡାଂଶସ୍ଥିତ ବାସୁଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ କାଳିଦାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଫଏଲଏନ ଶ୍ରେଣୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଜିତେନ୍ଦ୍ର କୁମାର ସେଠୀଙ୍କ ତତ୍ୱାବଧାନରେ ଦୁଇ ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସାରଦା ପ୍ରସନ୍ନ ଓଝା, ଶିକ୍ଷକ ସମୀର କୁମାର ଦାସ, ଜୀବନକୃଷ୍ଣ ପୋଲାଇ, ଶିକ୍ଷୟିତ୍ରୀ ଜଲ୍ଲି ସ୍ୱାଇଁ,ସୁଜାତା ପୃଷ୍ଟି, ମନୋରମା ଦାସ, ସ୍ୱାଗତିକା ମୁଦୁଲି, ପ୍ରତିମା ନାୟକ, ପୁଷ୍ପଲତା ମହାନ୍ତିଙ୍କ ସମେତ ଅନ୍ୟମାନଙ୍କ ଦ୍ୱାରା ବିନା ମୂଲ୍ୟ ଏବଂ ସ୍ୱଳ୍ପ ମୂଲ୍ୟ ବିନିମୟରେ ନଡିଆ କତା, ସଡେଇ, କାର୍ଡ ବୋର୍ଡ, ପେପର କପ,ବାଉଁଶ କାଠି,ଶୁଖିଲା କାଠ,ମାଟି ଆଦିରେ ସାମଗ୍ରୀ ବ୍ୟବହାର କରି ଅନେକ ରଙ୍ଗୀନ ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରିଥିଲେ। ଏହି ଶିକ୍ଷଣ ସାମଗ୍ରୀ ଗୁଡିକ ପ୍ରାରମ୍ଭିକ ପର୍ଯ୍ୟାୟର ପିଲାମାନଙ୍କ ସଂଖ୍ୟା ଜ୍ଞାନ ଓ ସକ୍ଷରତା ଶିକ୍ଷଣ ଉପଯୋଗୀ ହୋଇଥିବାରୁ ପ୍ରସ୍ତୁତ ସାମଗ୍ରୀ ଗୁଡିକର ଉପଯୋଗୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ