୫ମାସ ହେଲା ମିଳୁନି ଭତ୍ତା, ଡହଳ ବିକଳ ହିତାଧିକାରୀ

ହାଟଡିହି (ଓ୍ବାଇଏନଏସ) : ଆଜକୁ ୫ ମାସ ହେଲା ମିଳୁନି ଭତ୍ତା, ବାରମ୍ବାର ଏ ଅଫିସ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି  ହିତାଧିକାରୀ। ଜଣେ କି ଦୁଇଜଣ ନୁହେଁ, ପଞ୍ଚାୟତର ଶହ ଶହ ହିତାଧିକାରୀ ଏବେ ଭତ୍ତାରୁ ବଞ୍ଚିତ ହୋଇ ନାନା ଦୁଃଖ କଷ୍ଟରେ କାଳ କାଟୁଛନ୍ତି।  ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ସାମାଜିଜ ନିରାପତ୍ତା ଯୋଜନାରେ ସାମିଲ କରି ସେମାନଙ୍କୁ ଭତ୍ତା ଯୋଗାଇ ଦେଉଛନ୍ତି। କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ପୂର୍ବରୁ ବ୍ୟାଙ୍କ ଜରିଆରେ ଭତ୍ତା ପାଉଥିବା ବେଳେ ଏବେ ୫ମାସ ହେଲା ସେମାନଙ୍କୁ ଭତ୍ତା ମିଳୁନି। ପଞ୍ଚାୟତ ଠାରୁ ବ୍ଲକ ଓ ବ୍ୟାଙ୍କ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ଏହି ଭତ୍ତା ଟଙ୍କାରେ ସେମାନେ ଔଷଧ ପତ୍ର କିଣିବା ସହିତ ତେଲ ଲୁଣ କିଣି ଗୁଜୁରାଣ ମେଣ୍ଟାଈ ଥାନ୍ତି। ଭତ୍ତା ମିଳୁ ନଥିବାରୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ଏବେ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ହିତାଧିକାରୀ ଏପରି ଦହଗଞ୍ଜ ହେଉଥିବା ଅଭିଯୋଗ ହୋଇଛି। ବୀଣାପାଣି ପହି ନାମକ ଜଣେ ବିଧବା ମହିଳାଙ୍କ କହିବା କଥା ଯେ ପୂର୍ବରୁ ସେ ପଞ୍ଚାୟତରୁ ଭତ୍ତା ପାଉଥିଲେ ଯାହା ତାଙ୍କ ପାଇଁ ସୁବିଧା ହେଉଥିଲା। ଏବେ ସରକାର ବ୍ୟାଙ୍କରୁ ଆଣିବାର ବ୍ୟବସ୍ଥା କଲେ ଯେ ଆମ ଏକାଉଣ୍ଟ କୁ ଭତ୍ତା ଆସିଲା କି ନାହିଁ ଆମେ ବୁଝିବାକୁ ମାସରେ ଦୁଇ ତିନି ଥର ଯିବାକୁ ପଡୁଛି। ଯେଉଁ ଭତ୍ତା ବାବଦ ହଜାରେ ଟଙ୍କା ପାଉଥିଲି ଔଷଧପତ୍ର ଟିକେ କିଣୁଥିଲି। କିନ୍ତୁ ଗତ ନଭେମ୍ବର ମାସଠାରୁ ଭତ୍ତା ମିଳୁ ନଥିବାରୁ ନା ଔଷଧ କିଣି ପାରୁଛି ନା ସଉଦା ପତ୍ର ଆଣି ପାରୁଛି ବୋଲି କହିଛନ୍ତି। ଆମକୁ ପୂର୍ବଭଳି ପଞ୍ଚାୟତରେ ଭତ୍ତା ଦିଆ ଯାଉ ବୋଲି ସେ କହିଛନ୍ତି। ସେହିପରି ଗ୍ରାମର ନିରୁପମା ସିଂ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଭତ୍ତା ପାଉ ନଥିବାରୁ କିପରି ଦୁଃଖ କଷ୍ଟ ଭୋଗୁଛନ୍ତି ତାହା ବଖାଣିଛନ୍ତି। ଖାଲି ଏହି ଜଣେ ଦୁଇଜଣ ନୁହନ୍ତି ସୋସୋ ଗ୍ରାମର ବାବାଜୀ ପଣ୍ଡିତ, କାର୍ତ୍ତିକ ସାହୁ,ବୀଣାପାଣି ପହି, କନକ ବାରିକ୍, ଗଙ୍ଗାଧର ବେହେରା, ଭାବ ବିନ୍ଧାଣି, ପ୍ରମିଳା ନାୟକ, ପାର୍ବତି ପଣ୍ଡିତ, ଶାନ୍ତିଲତା ସିଂହ, ଅନୁଷୟା ସିଂହ, ପଦ୍ମାବତୀ ଓଝା, କୁନ୍ତଳା ସିଂହ , ସୁକାନ୍ତି ପଣ୍ଡିତ, ଦ୍ରୋପଦି ସିଂହ, ପାଞ୍ଚାଳୀ ସିଂହ,ଦାମୋଦର ସିଂହ, ନିରୁପମା ସିଂହ, ଚମ୍ପା ସିଂହ, ସତ୍ୟଭାମା ନାୟକ, ପ୍ରମିଳା ନାୟକ, ନନ୍ଦ କିଶୋର ନାୟକ,ଅଜୟ ସିଂହ,ମନୋରମା ନାୟକ, ବୀଣାପାଣି ପହିଙ୍କ ସମେତ ଅନେକ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ପୋର୍ଟାଲ ରେ ପ୍ରୋବ୍ଲେମ ଅଛି ତାହା ଠିକ ହୋଇଗଲେ ମିଳିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵାତୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ୟାଙ୍କିଙ୍ଗ ସିଷ୍ଟମ ଯୋଗୁଁ ଏପରି ଅସୁବିଧା ଉପୁଜିଛି ହୋଲି ଛୁଟି ପରେ ପରେ ସେମାନଙ୍କ ଏକାଉଣ୍ଟ କୁ ଟଙ୍କା ଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ