ବାଳାଶ୍ରମରେ ମୃତ ଛାତ୍ର ପ୍ରୀତି ପ୍ରଭୁର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ଇଞ୍ଜିନିୟରିଙ୍ଗ ଛାତ୍ର ପ୍ରୀତିପ୍ରଭୁ ପଟ୍ଟନାୟକ ର ପ୍ରଥମ ଶ୍ରାଦ୍ଧ ବାର୍ଷିକ ବିଷ୍ନୁପ୍ରିୟା ବାଳାଶ୍ରମ ପରିସରରେ ପାଳିତ ହୋଇ ଯାଇଛି। ଗତବର୍ଷ ମାର୍ଚ୍ଚ ୨ତାରିଖ ରେ ସେ ପଢ଼ୁଥିବା ଢେଙ୍କାନାଳସ୍ଥିତ ବାଜିରାଉତ ଇଞ୍ଜିନିୟରିଙ୍ଗ କଲେଜ ରେ ସନ୍ଦେହ ଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରୀତିପ୍ରଭୁର ଏପରି ବିୟୋଗରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଆଜିର ପ୍ରଥମ ଶ୍ରାଦ୍ଧ ବାର୍ଷିକକୁ ବାଳାଶ୍ରମର ଅନ୍ତେବାସୀ ଙ୍କ ଗହଣରେ ପାଳନ କରିଛନ୍ତି। ବାଳାଶ୍ରମର ଶତାଧିକ ଅନ୍ତେବାସୀ ମାନଙ୍କୁ ଅନ୍ନ ଓ ବସ୍ତ୍ର ପ୍ରଦାନ କରିବା ସହିତ ତାର ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାଥନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ  ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ଯଦୁମଣି ପଟ୍ଟନାୟକ,   ମୃତ ପ୍ରୀତିପ୍ରଭୁର ବାପା ଆଲୋକ ପଟ୍ଟନାୟକ, ମା’ ସସ୍ମିତା ପଟ୍ଟନାୟକ,  ସାନ ଭାଇ ସାଇ ପ୍ରଭୁ ପଟ୍ଟନାୟକ, ବଡ ମାଆ ରିତାଞଳି ପଟ୍ଟନାୟକ,  ଗ୍ରାମର ଅନାମ ମହାନ୍ତି, ପ୍ରଶାନ୍ତ ବରାଳ, ଚନ୍ଦ୍ରଶେଖର ପଟ୍ଟନାୟକ, ବିଷ୍ନୁପ୍ରିୟା ବାଳାଶ୍ରମର ସମ୍ପାଦିକା କନକ ଲତା ଦାଶ, ଶର୍ମିଷ୍ଠା ନାୟକ, ପଦ୍ମାବତୀ ମହାନ୍ତ, ସୌମ୍ୟା ମହାନ୍ତି, ସନ୍ଧ୍ୟାରାଣୀ ଦାଶ, ନନ୍ଦ କିଶୋର ପତି, କରୁଣାକର ଜେନା, ଶରତ ବେହେରା, ଗୀତାଞ୍ଜଳି ପାଣ୍ଡା, ସ୍ବର୍ଣ୍ଣଲତା ମହାନ୍ତି, ମାଧୁରୀ ଜେନା, ଗୋଲାପ ନାଥ ପ୍ରମୁଖ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ