ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡି ଚାଷୀ ମୃତ

ହାଟଡିହି (ଓ୍ବାଇଏନଏସ): ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ଜଣା ଯାଇଛି ଯେ ଗୟଳମୁଣ୍ଡା ଭାଲୁଘର ଗ୍ରାମର ରମଜାନ ମହାନ୍ତ (୪୬ )। ସେ ଆଜି ଅପାରାହ୍ଣରେ ଏକ ଟ୍ରାକ୍ଟର ସାହାଯ୍ୟରେ ଧାନ ଧରି ହାଟଡିହି ଅଞ୍ଚଳରେ ଥିବା ଏକ ଧାନ ମିଲ କୁ ଆସୁଥିଲେ। ଟ୍ରାକ୍ଟରରେ ଚାଳକ ସମେତ ଚାରିଜଣ ବ୍ୟକ୍ତି ବସିଥିବା ବେଳେ ସୋସୋ ଥାନା ଢେଙ୍କା ଛକ ନିକଟରେ ରମଜାନ ହଠାତ ଟ୍ରାକ୍ଟରରୁ ଖସି ପଡ଼ିଥିଲେ। ତଳେ ପଡିଯିବା ପରେ ଟ୍ରାକ୍ଟର ଟି ରମଜାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଭୟଭୀତ ହୋଇ ସାଙ୍ଗରେ ଥିବା ଅନ୍ୟମାନେ ଘଟଣା ସ୍ଥଳରୁ ଟ୍ରାକ୍ଟର ନେଇ ପଳାଇଥିଲେ। ଖବର ପାଇ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି। ଖବର ପାଇ ପରିବାର ଲୋକେ ଘଟନସ୍ଥଳରେ ପହଞ୍ଚିଛନ୍ତି। ମୃତ ରମଜାନ ଧାନ ନେଇ ଗୟଳମୁଣ୍ଡା ମଣ୍ଡିକୁ ଯାଇଥିବା ବେଳେ ମଣ୍ଡି କର୍ତ୍ତୃପକ୍ଷ ଗାଡି ମିଲରୁ ଆସୁନଥିବା କହି ସିଧା ସଳଖ ମିଲକୁ ଧାନ ନେଇଯାଅ ବୋଲି କହିବାରୁ ଚାଷୀ ଜଣକ ସିଧା ସଳଖ ଧାନ ଧରି ମିଲକୁ ଆସିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ପୋଲିସ ପୁରୁଣା ପାଣି ନିକଟରୁ ଟ୍ରାକ୍ଟର ଟିକୁ ଜବଦ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ