ଗଜପତିରେ ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶରଧାପୁର ଗ୍ରାମ ସମେତ ଗୋଷାଣୀ ବ୍ଲକର ଶହ ଶହ ବିଜେଡି କର୍ମୀଙ୍କ ସମେତ ବହୁ ସଂଖ୍ୟକ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଦଳୀୟ ସୁପ୍ରିମୋ ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ହୋଇଥିବା ବିଭିନ୍ନ ଉନୟନମୂଳକ କାର୍ଯ୍ୟ ଏବଂ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ତୃଣମୂଳ ସ୍ତରରେ କାମରେ ଆସୁନଥିବାକୁ ନେଇ ଆଲୋଚନା ହୋଇଥିଲା । ନବୀନ ସରକାରଙ୍କ ଯୋଜନା ଲୋକଙ୍କ ଆର୍ଥିକ, ସାମାଜିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିଥିଲା । ପ୍ରତି ପଞ୍ଚାୟତର ବିକାଶ ଲାଗି ନବୀନ ସରକାର ତତ୍ପର ହୋଇ ଆର୍ଥିକ ଅନୁଦାନ ପ୍ରଦାନ କରୁଥିଲେ। ହେଲେ ଡବଲଇଞ୍ଜିନ ସରକାର ଲୋକଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି। ଏପରି ସରକାରଙ୍କୁ ଆଗମୀ ନିର୍ବାଚନରେ ପ୍ରତ୍ୟାଖାନ କରି ଉଚିତ ଜବାବ ଦେବା ପାଇଁ ନେତାମାନେ ବକ୍ତବ୍ୟ ରଖିଥିଲେ । ବିଜେଡି ଦଳକୁ ଅଧିକା ମଜବୁତ କରିବା ନେଇ ଆଲୋଚନା ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିବା ବେଳେ, ବିଶେଷ ଅତିଥି ଭାବେ ଡ: ତିରୁପତି ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ଵୀରରାଜୁ, ପୂର୍ବତନ ସରପଞ୍ଚ ବାବୁ ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଜିଲ୍ଲା ପରିଷଦ ସଦସ୍ୟ ଏସ ବାଲାରାଜୁ ପ୍ରମୁଖଙ୍କ ସହ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।


