ଏଚପିଭି ଟୀକା କାରଣ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏଚପିଭି ଟୀକା କାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷା ଏସ. ସାରଦା ରେଡୀ, ଜିଲ୍ଲା ପରିଷଦ ଜୋନ ନଂ ୨୧ ଛବିତା ବେହେରା, ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଛତ୍ରପୁର ଏବିଡ଼ିଓ ସୁଧାଂଶୁ ଶେଖର ତରାଇ, ଯୁବନେତା ବନୋଜ ନାହାକ, ବାପି ଦାସ ଏବଂ ଏନ.ଦୁର୍ଯ୍ୟୋଧନ ରେଡି ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସରକାରଙ୍କ ଦ୍ଵାରା ପଦ୍ଧତ ଏକ ନୂତନ ରୂପେ ରୋବୋଟିକ୍ ଆନାଲାଇଜାର ମେସିନ ଏବଂ ଆଇଆରଇଏଲ ଦ୍ଵାରା ପଦ୍ଧତ ହୋଇଥିବା ଆମ୍ବୁଲାନ୍ସ ଉଦଘାଟନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ତ ସହିତ ୧୪ ବର୍ଷ ରୁ ଉର୍ଦ୍ଧ ଶିଶୁ ବାଳିକା ମାନଙ୍କୁ କର୍କଟ ଜନିତ ରୋଗ ରୁ ମୁକ୍ତି ଲାଭ ପାଇଁ ଏଚପିଭି ଟୀକାକରଣ ପ୍ରକ୍ରିୟା ର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଥିଲା l ଏଥିରେ ମୁନିସିପେଣ୍ଠ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସ୍ୱାଧୀନ ରଥ ଙ୍କ ତତ୍ବବଧାନ , ବିପିଏମ୍- ସିମାଞ୍ଚଳ ପ୍ରଧାନ ଙ୍କ ନିର୍ଦ୍ଦେଶନା, ପିଏଚଇଓ- ବରୁଣ କୁମାର ପାଣିଗ୍ରାହୀ ଙ୍କ ସହଯୋଗ ଏବଂ ଶର୍ମିଷ୍ଠା ଦାସ, ସୁଚିଶ୍ମିତ ବେହେରା , ଶ୍ରୀକାନ୍ତ ଚୌଧୁରୀ, ରଞ୍ଜନ ରାଉଳ, ସାଗର ନାୟକ, ସୁଭାସିସ ସାହୁ, ସୁରଜ୍ କୁମାର ସାମନ୍ତରାୟ ସମସ୍ତଙ୍କ ତତ୍ୱାବଧାନ ରେ ସମସ୍ତ ୧୪ ବର୍ଷ ରୁ ଉର୍ଦ୍ଧ ବାଳିକା ଶିଶୁ ମନକୁ ୟୁ ଡବ୍ଲୁଆଇଏନ ଦ୍ବାରା ଟୀକାକରଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ ତାହା ସହିତ ଗୋଟେ ଯୋଗ୍ୟ ପର୍ଥି ତଥା ଅନୁଶ୍ରୀୟା ବିଶ୍ଵାଳ କୁ ୨୪ ଘଣ୍ଟା ପୂର୍ବରୁ ଜନ୍ମ ଗତ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।


