ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ବିଦ୍ୟାଳୟ ଗୃହ ପ୍ରବେଶ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର। ଆଜି ବେଲଗୁଣ୍ଠା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନୂତନ ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ଭି. ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର କେଏସୟୁବି କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ ଯୋଗ ଦେଇ ରିବନ କାଟି ନୂତନ ଗୃହକୁ ଉଦ୍ଘାଟନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଓ ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ଅବସରପ୍ରାପ୍ତ ଏବିଇଓ ଜଗବନ୍ଧୁ ଜେନା ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ବୁଲୁ ଦାଶ ଓ ଅଧ୍ୟକ୍ଷା ବାସନ୍ତୀ ଦାଶ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ପ୍ରତି ବର୍ଷ ଛାତ୍ରଛାତ୍ରୀ ସଂଖ୍ୟା ବଢୁଥିବା ବେଳେ ଅନୁଷ୍ଠାନର ଶିକ୍ଷାର ଉନ୍ନତି କରିବା ପାଇଁ ଓ ଆଗାମୀ ଦିନରେ କମ୍ପୁଟର ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଶିକ୍ଷାକେନ୍ଦ୍ର ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ନୀତି, ନିୟମ ଆଦର୍ଶ ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ, ବୌଦ୍ଧିକ ଜ୍ଞାନ, ଆଚାର ବ୍ୟବହାର ଓ ଅନ୍ୟାନ୍ୟ ଗୁଣବତ୍ତା ବୃଦ୍ଧି ପାଇଁ ଶିକ୍ଷା ପ୍ରଦାନ କରାଯାଉଛି। ଏହି ଜ୍ଞାନ ଦ୍ୱାରା ହିଁ ପିଲାମାନଙ୍କ ଭବିଷ୍ୟତ ଗଢି ତୋଳି ପାରିବା ସହିତ ଭାରତର ଜଣେ ଭଲ ନାଗରିକ ହୋଇ ପାରିବ। ବଡ ମଣିଷ ନହୋଇ ପାରିଲେ ମଧ୍ୟ ଏକ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବାକୁ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ତା ସହିତ ମାନବ ସେବା ହିଁ ପ୍ରକୃତ ସେବା ବୋଲି ପ୍ରବର୍ତ୍ତାଇ ଥିଲେ। ବହୁ ଦିନର ଲକ୍ଷ୍ୟ ପୂରଣ ହୋଇଥିବା ପ୍ରକାଶ କରିଥିଲେ ଅନୁଷ୍ଠାନର ସଭାପତି ଶ୍ରୀ ପାତ୍ର। ଶେଷରେ ଶିକ୍ଷକ ନାରାୟଣ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଉପସଭାପତି ଟି. ବିଶ୍ୱନାଥ ପାତ୍ର, କମିଟି ସଦସ୍ୟ ସନ୍ତୋଷ କୁମାର ଦଳାଇ, କୁଲୁ ଦାଶ ସମେତ ସମସ୍ତ ଅପା/ଭାଇ ଓ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ