ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ମରେଇଗାଁ  ଠାରେ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦର କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ବାରିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡ଼. ପବିତ୍ର ପାଣିଗ୍ରାହୀ ଯୋଗଦେଇ ସମସ୍ତେ ଗୋଡ଼ରେ ଚାଲନ୍ତି,  କିନ୍ତୁ ହାତରେ ଲେଖି ପାରନ୍ତି ନାହିଁ, ଲେଖିବାକୁ ହେଲେ ମଣିଷର ଚେତନାକୁ ଉଚ୍ଚତର ସୋପାନରେ ପହଞ୍ଚାଇବାକୁ ପଡିବ ବୋଲି ଡ଼ ପବିତ୍ର ପାଣିଗ୍ରାହୀ ମାତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ହାଟଡିହି କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ ମାଟି,ପାଣି ଓ ଆକାଶକୁ ନେଇ ଯେଉଁ କବିତା ରଚନା କରାଯାଏ ତାହା ପ୍ରତିଟି ଜନମାନସକୁ ସ୍ପର୍ଶ କରେ ବୋଲି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବାରିପଦାର ବରିଷ୍ଠ ଲେଖକ ପ୍ରଫେସର ହରିହର ଦାସ, ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ବ୍ୟଙ୍ଗ କବି ସୁବାସ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସଂସଦର ମୁଖପତ୍ର ‘ମରୁତ ମହକ’ ଲୋକାର୍ପିତ କରାଯାଇଥିଲା। ସମ୍ପାଦକ ସୁଦାମ ଚରଣ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଚତୁର୍ଭୁଜ ପହି ଧନ୍ୟବାଦ ଅର୍ପଣ କରିଥିଲେ। ନିର୍ମଳ ମଲ୍ଲିକ, ସନ୍ତୋଷ କୁମାର ସା , ହେମନ୍ତ କୁମାର ନାୟକ, ଧୃବାନନ୍ଦ ସେଠୀ, ବଳରାମ ଜେନା,  ମୂରଲୀଧର ବେହେରା, ପ୍ରଭଞ୍ଜନ ଦାସ, ସାବିତ୍ରୀ ଜେନା, ସ୍ନିଗ୍ଧାରାଣୀ ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଗୋବିନ୍ଦ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପଣ୍ଡା, ରମାକାନ୍ତ ନାୟକ, ନାରାୟଣ ଲେଙ୍କା, ଅନ୍ତର୍ଯ୍ୟାମୀ ରାଉତ, ହାସ୍ୟମୟୀ ରାଜ,, ସୁରେନ୍ଦ୍ର ପରିଡା, ନାରାୟଣ ସାହୁ, ଗୌରାଙ୍ଗ ଆୟଚ, ରମାକାନ୍ତ ଜେନା, ହରିହର ସାମଲ, ଗଣେଷ ପ୍ରସାଦ କରଶର୍ମା, ଜଗନ୍ନାଥ ପାତ୍ର ବୃନ୍ଦାବନ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ସାହିତ୍ୟିକ ଓ କବି ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ