ସର୍ପା ଘାତରେ ମୃତ ମହିଳାଙ୍କ ପରିବାରକୁ ମିଳିଲାନି ସରକାରୀ ସହାୟତା: ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଢା ଗ୍ରାମରେ ସର୍ପା ଘାତରେ ମୃତ ମହିଳାଙ୍କ ପରିବାରକୁ ମିଳୁନି ସରକାରୀ ସହାୟତା, ଏହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ସଢା ଗ୍ରାମର ସନ୍ତୋଷ କୁମାର ଜେନାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ମା ଲଳିତା ଜେନା ୨୦୨୪ ସେପ୍ଟେମ୍ବର ୩ତାରିଖରେ ସାର୍ପା ଘାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏନେଇ ସୋ ସୋ ଥାନାକୁ ଅବଗତ କରିବା ପରେ ସୋ ସୋ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ଥିଲା। ଶବ ବ୍ୟବଚ୍ଛେଦ ବେଳେ ଡାକ୍ତରଙ୍କ ସହ ଯୁକ୍ତିତର୍କ ହେବାରୁ ଡାକ୍ତର ସ୍ପଷ୍ଟ ରିପୋର୍ଟ ନଦେଇ ଭିସେରା ନମୁନା ସଂଗ୍ରହ କରି ରାସାୟନିକ ପରୀକ୍ଷା ପାଇଁ ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ରସୁଲଗଡ଼, ଭୁବନେଶ୍ୱରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଦୁର୍ଭାଗ୍ୟର କଥା ଯେ ଆଜି ପର୍ଯ୍ୟନ୍ତ ଭିସେରା ରିପୋର୍ଟ ନଆସିବାରୁ ସାପ କାମୁଡ଼ିବାରେ ମୃତ୍ୟୁ ବାବଦକୁ ସରକାରଙ୍କ ତରଫରୁ ମିଳିବାକୁ ଥିବା ଆର୍ଥିକ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତିଲଳିତା ଙ୍କ ପରିବାର । ଅନେକ ଦୁଃଖ କଷ୍ଟରେ ଦିନ କାଟୁଥିବା ଏହି ପରିବାରକୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ଏକ୍ସଗ୍ରାସିଆ ସହାୟତା ରାଶି ପ୍ରଦାନ କରିବାକୁ ପୁଅ ସନ୍ତୋଷ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ