ବିଶିଷ୍ଟ ଶିକ୍ଷାବିତ ଚକ୍ରଧର ପୁହାଣଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ଜଣେ ଆଦର୍ଶ ଶିକ୍ଷକ, ଦୃଢ଼ଚେତା ସତ୍ୟସନ୍ଧ, ଜଣେ ଅତୁଟ ସହୃଦୟ ବ୍ୟକ୍ତିତ୍ୱର ଅଧିକାରୀ ଥିବା ଆଇତିପୁର ଗ୍ରାମର ଶିକ୍ଷାବିତ ଚକ୍ରଧର ପୁହାଣଙ୍କ ୮୦ବର୍ଷ ବୟସରେ ପରଲୋଜ ହୋଇଯାଇଛି। ବୁଧବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା। ସେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମୋବାରକପୁର ସ୍କୁଲରେ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲ୍ଲା ନୂଆଗାଁ, ରାଘବପୁର ଓ ଏଲକଣିଆ ସ୍କୁଲରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ତାଙ୍କ ପରଲୋଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା, ବିଶ୍ୱନାଥ ନାୟକ, ପ୍ରତାପ ଦେଓ, ରଞ୍ଜନ ପହି, ଜିଲ୍ଲା ବିଜେଡି ସମ୍ପାଦକ ବିରେନ୍ଦ୍ର ବିଶ୍ୱାଳ, ଯୁଧିଷ୍ଠିର ପାତ୍ର, ଆନନ୍ଦଚନ୍ଦ୍ର ମହାନ୍ତି, ବ୍ରଜ କିଶୋର ଜେନା, ବରଦା ପ୍ରସନ୍ନ ନାୟକ, ମୂଷା ପଣ୍ଡା, ଗଦାଧର ଦାସ, ବୈଲୋଚନ ରାଉତ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଜେନା, ଶାଳଣିଆଁ ସମିତିସଭ୍ୟ ଦିବ୍ୟ ରଞ୍ଜନ ଜେନାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ ରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମଝିଆଁ ପୁଅ ସୌମିତ୍ରୀ ପୁହାଣ ମୁଖାଗ୍ନି ଦେଇଥିବା ବେଳେ ଅନ୍ୟ ବଡ଼ପୁଅ ରଘୁନାଥ ପୁହାଣ, ଟୁକୁନୁ ପୁହାଣ ଓ ସମସ୍ତ ପରିବାର ଲୋକେ ଓ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ