ଓଡ଼ିଆ ମନ ବୁଝେ ପଖାଳ କଂସା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-“ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା… ଓଡ଼ିଆ ମନ, ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା “… ଓଡିଶା ମୋ ଓଡିଶା.. ଏଭଳି ଅନେକ ଗୀତ ପଖାଳ କୁ ନେଇ ରହିଛି। ପଖାଳ ଏକ ଖାଦ୍ୟ ନୁହେଁ, ଏହା ପ୍ରତିଟି ଓଡ଼ିଆଙ୍କର ଆବେଗ। ପଖାଳ ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଭୋଗ ଲାଗି ହୁଏ। ଶୀତଳା ଅଷ୍ଟମୀରେ ଉତ୍ତର ଭାରତରେ ପାରମ୍ପରିକ ଭାବେ ମାରୱାଡି ମାନେ ଶୀତଳା ଦେବୀଙ୍କୁ ମଧ୍ୟ ଶୀତଳ ଖାଦ୍ୟ ନାମରେ ପଖାଳ ଭୋଗ ଲଗାଇବା ସହ ପ୍ରସାଦ ଭାବେ ଖାଇବାର ଵିଧି ରହିଛି। ପୂର୍ବରୁ ଅନୁଷ୍ଠାନିକ ଭାବେ ଏହି ଦିବସ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ କାହାରି ପାଖରେ ନାହିଁ। ତେବେ ଏହା ଯେ ଓଡ଼ିଆଙ୍କ ପ୍ରିୟ :ସେଥିରେ କୌଣସି ଦ୍ବିମତ ନାହିଁ। ୨୦୧୧ ମସିହା ରୁ କିଛି ଖାଦ୍ୟ ପ୍ରେମୀ ଏହି ଦିବସ ପାଳନ କରିଥିଲେ। ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଈଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ୨୧ମାର୍ଚ୍ଚ ର ଦିନ ଓ ରାତିର ଅବଧି ସମାନ ୧୨ଘଣ୍ଟା ହୋଇଥାଏ। ଏହା ପରେ ଦିନ ବଡ଼ ହେବା ସହିତ ରୌଦ୍ର ତାପ ବୃଦ୍ଧି ଘଟିଥାଏ। ତାପ ରୁ ରକ୍ଷା ପାଇବା ପାଈଁ ଓଡ଼ିଆ ମାନେ ପଖାଳ ଓ ତୋରାଣି ଖାଇଥାନ୍ତି। ତେଣୁ ଏହାର ପୂର୍ବ ଦିନ (୨୦ମାର୍ଚ୍ଚ)ପାଳନ ହେଉଛି ପଖାଳ ଦିବସ।  ଧନୀ ହେଉ କି ଗରିବ ସମସ୍ତେ ପଖାଳ ଖାଇବାକୁ ପସନ୍ଦ କରନ୍ତି। ପୂର୍ବରୁ ଅଭାବୀ ଚାଷୀ ପରିବାରର ଚଷା ପୁଅ ଯେତେବେଳେ ବିଲକୁ କାମରେ ଯାଉଥିଲା ଗାମୁଛାରେ ପଖାଳ କଂସା ଟିଏ ବାନ୍ଧି ନେଇ ଯାଉଥିଲା। ବାସୀ ପଖାଳ ସାଙ୍ଗକୁ ଶାଗ ଭଜାଟେ ହେଲେ ପେଟ ପୁରିଯାଉଥିଲା। ନ ‘ତିଅଣ, ଛଅ ଭଜା ଦରକାର ପଡ଼ୁନଥିଲା। ଏହି ପଖାଳ ଦିବସ କୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ” ସବୁଜ ଶାଖା “ପ୍ରତିବର୍ଷ ପାଳନ କରିଥାନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ମାନେ ମଧ୍ୟ ସାମିଲ ହୋଇଥାନ୍ତି। ଏହା ସହ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ସ୍ଥାନରେ ବାସୀ ପଖାଳ, ଜିରା ପଖାଳ, ଦହି ପଖାଳ, କାନିକା ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଭଳି ବିଭିନ୍ନ ପଖାଳ ପାଈଁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି। ବିଭିନ୍ନ ସ୍ଥାନରେ ସମସ୍ତେ ଏକତ୍ରିତ ବସି ଖାଉଛନ୍ତି। ପଖାଳ ଦିବସ ପାଳନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ