ପରମେଶ୍ବର ଶିଶୁ ବିଦ୍ୟାପୀଠ ବାର୍ଷିକ ଉତ୍ସବ
ଆରଡ଼ି , (ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ପାଳସାହି ଠାରେ ଥିବା ପରମେଶ୍ବର ଶିଶୁ ବିଦ୍ୟାପୀଠ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ପ୍ରଶାନ୍ତ ପରିଡାଙ୍କ ସଭାପତିତ୍ବ ଓ ଅଧ୍ୟାପକ ନିକୁଞ୍ଜ କିଶୋର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ଶ୍ରୀଚରଣ ମଲ୍ଲିକ ଯୋଗଦେଇ ଥିଲା ବେଳେ ଧାମନଗର ଏବିଇଓ ସତ୍ୟ ସୁନ୍ଦର ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶିକ୍ଷା ବିକାଶ ପରିଷଦ ଜିଲା ସଂଯୋଜକ ସୁଦର୍ଶନ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ବେହେରା, ବିଦ୍ୟାପୀଠ ସମ୍ପାଦକ ଭାଗିରଥି ବାରିକ, ଅବସରପ୍ରାପ୍ତ ଅଧ୍ୟାପକ ତ୍ରିଲୋଚନ ଦାସ, ମିଛ କବିତା ସାହିତ୍ୟ ସଂସଦ ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମାଛି ହୋଇ ଘାଆ ରେ ନବସି ମହୁମାଛି ହୋଇ ଫୁଲରେ ବସିବା ଉଚିତ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ ଆର୍ଯ୍ୟଭଟ୍ଟ ଗଣିତ ମେଧା ଟେଷ୍ଟରେ ଜିଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଦ୍ୟାପୀଠରେ ଅନୁଷ୍ଠିତ ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା ।ବିଦ୍ୟାପୀଠର ପ୍ରଧାନ ଆଚାର୍ଯ୍ୟା ମଧୁସ୍ମିତା ଦାସ, ଗୁରୁମା’ ବିଳାସିନୀ ସାହୁ, କ୍ଷୀରୋଦିନୀ ପାଣ୍ଡବ, ଶୈଳ ବାସିନୀ ଦାସ, ସବିତା ଖଟୁଆ, ପ୍ରତିମା ମହାନ୍ତି, ଲିଜାରାଣୀ ନାୟକ,ମିନୁ ଖଟୁଆ, ସ୍ମୃତିରେଖା ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


