ମୁନିଗୁଡାରେ ରାଷ୍ଟ୍ରୀୟ ନବବର୍ଷ ପାଳନ।
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ନେତାଜୀ ପ୍ରଭାତ ଶାଖା ଓ ସ୍ଵୟଂ ସେବକ ସଙ୍ଘ ମିଳିତରେ ସଂଘର ପ୍ରତିଷ୍ଠାତା ପରମ ପୂଜନୀୟ ଡ଼କ୍ଟରଜୀଙ୍କୁ ଆଦ୍ୟ ସଙ୍ଘ ଚାଳକ ପ୍ରଣାମ ଜଣାଇବା ସହ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରିଥିଲେ। ପରେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଂଯୋଜନା ଜିଲ୍ଲା ସେବା ପ୍ରମୁଖ ବାମଦେବ ପଟ୍ଟନାୟକ ଓ ଖଣ୍ଡ ପ୍ରମୁଖ ପ୍ରଦୀପ ସାହୁଙ୍କ ମିଳିତ ସଂଯୋଜନାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ସଂଘର ବିବିଧକ୍ଷେତ୍ର ତରଫରୁ ଏକ ପାରିବାରିକ ମିଳନ ମଧ୍ୟରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସଂଘର ବରିଷ୍ଠ ସ୍ଵୟଂ ସେବକ ବି.ଉମାଶଙ୍କର ପାତ୍ର, ମୁଖ୍ୟବକ୍ତା ଜିଲ୍ଲା ବୌଦ୍ଧିକ ପ୍ରମୁଖ ପ୍ରମୋଦ ସାହୁ,ସମ୍ମାନିତ ଅତିଥି ପ୍ରାକ୍ତନ ହିନ୍ଦୀ ଶିକ୍ଷକ ପି.ସୁଧାକର ପାତ୍ର,ଜିଲ୍ଲା କୁଟୁମ୍ବ ପ୍ରାବଧାନ ପ୍ରମୁଖ ରାମକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଥମେ ସଙ୍ଘର ସ୍ଵୟଂ ସେବକ,ବିଦ୍ୟାର୍ଥୀ, ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ରାଷ୍ଟ୍ର ବନ୍ଦନା, ଦେଶପ୍ରେମୀ ସଙ୍ଗୀତ,ଭଜନ ଗାନ ଆଦି ଆୟୋଜିତ ହୋଇଥିଲା। ପରେ ଅତିଥିମାନେ ଏହି ନବ ବର୍ଷ ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ବୁଝାଇବା ସହ ରାଷ୍ଟ୍ରୀୟ ନବ ବର୍ଷର ମହତ୍ତ୍ଵ, ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା ଓ ହିନ୍ଦୁ ସମାଜ ପ୍ରତି ସୃଷ୍ଟ ଓ ହିନ୍ଦୁ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ସେଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ ଶାଖା କାର୍ଯ୍ୟକ୍ରମର ସଂଯୋଜନା ମୁଖ୍ୟ ଶିକ୍ଷକ ଏସ.ବୁଲୁଦୋରା, ମନୋରଞ୍ଜନ ଦଳାଇ,ଭଗବାନ ବିଶ୍ଵାଳ, ଆନନ୍ଦ ଚୌଧୁରୀ,ଗୌରୀ ଶଙ୍କର ପାତ୍ର,ଉମାକାନ୍ତ ବେରଦଳେଇ, ଜଗନ୍ନାଥ ନେମାଲପୁରି,ବିଦ୍ୟାଧର ଦାସ,ଅଶ୍ଵିନୀ ବାରିକ, ସୁବାସ ପ୍ରସ୍କା,ପଦ୍ମ ବେହେରା, ଗଣେଶ ସେଠୀ, ଗିରିଜା ମିଶ୍ର,ସୁବ୍ରତ ଦାସ, ସୁବ୍ରତ ବିଶ୍ୱାସ,ବଂଶୀଧର ନନ୍ଦ,ପଦ୍ମନାଭ ବେହେରା,କ୍ଷମାସାଗର ଦାସ, ଭରତ ଭୋଇ, ସଂଧ୍ୟାରାନି ମଲ୍ଲିକ, ସୁଶୀଳା ସରାଫ,ଆଶୁତୋଷ ପାଣିଗ୍ରାହୀ, ଲୋକନାଥ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଶିଶୁ ମନ୍ଦିର ଗୁରୁମା ଓ ଗୁରୁଜୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।


