ବରୀରେ କଂଗ୍ରେସ ପକ୍ଷରୁ ଗଣ ଧାରଣା

ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ କଂଗ୍ରେସ ପକ୍ଷରୁ ବରୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଦେବ ପ୍ରସାଦ ଦାସଙ୍କ ସଭାପତିତ୍ବରେ ଗଣ ଧାରଣା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ନାୟକ ଯୋଗ ଦେଇ ବର୍ତ୍ତମାନର ସରକାରର ତ୍ରୁଟି ପୂର୍ଣ୍ଣ ନିଷ୍ପତି, ଜନ ବିରୋଧି କାର୍ଯ୍ୟକ୍ରମ ଏବଂ କୃଷକ ମାରଣ ନୀତି, ଗ୍ୟାସର କଳା ବଜାର, ଧାନ ମଣ୍ଡିରେ କଟନି ଛଟନି ଯୋଗୁ କେବଳ ବରୀ ଅଞ୍ଚଳ ନୁହେଁ ସାରା ଭାରତ ବର୍ଷରେ ଲୋକମାନେ ଅତିଷ୍ଠ ହେଲେଣି। ଏହି ପରିପ୍ରେକ୍ଷିରେ ହାତରେ ପ୍ଲା କାର୍ଡ ଓ ଗ୍ୟାସ୍ ଟାଙ୍କି ଧରି ସରକାର ବିରୋଧୀ ନାରାବାଜି କରିବା ସହିତ ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦିଙ୍କ କୁଷ ପୁତ୍ତଳିକା ଦାହ କରିଥିଲେ। ପରେ ବରୀ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବ୍ଲକକଂଗ୍ରେସ ସଭାପତି ସମୀର ନାୟକଙ୍କ ସମେତ ଉପସ୍ଥିତ କର୍ମୀମାନେ ବରୀର ବରିଷ୍ଠ କଂଗେସ କାର୍ଯ୍ୟକର୍ତ୍ତା ସ୍ବର୍ଗତ ନନ୍ଦ ସେନାପତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ କିଷାନ କଂଗେସ ସଭାପତି ଅଭୟ ସାହୁ, ଜିଲ୍ଲା ସଭାପତି ମାଗୁଣି ଜେନା, ନାରୀ ନେତ୍ରୀ କଳ୍ପନା ପଣ୍ଡା, ଲିପିକା ପାତ୍ର, ମାନବାଧିକାର କର୍ମୀ ଅଧିର କୁମାର ଜେନା, ମାନସ ସାହୁ, ସୁବାସ ସେଠି, ସରତ ଜେନାଙ୍କ ସମେତ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ