ଉତ୍କଳ କେଶରୀ ଆଗରପଡା ମହୋତ୍ସବର ପଞ୍ଚମ ସନ୍ଧ୍ୟା
ବନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲ୍ଲା ଆଗରପଡା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ତ୍ରୟୋଦଶତମ ଉତ୍କଳ କଶେରୀ ଆଗରପଡା ମହୋତ୍ସବର ପଞ୍ଚମ ଦିବସ ସାଂସ୍କୃତିକ ସଭାକୁ ମହୋତ୍ସବ କମିଟିର ସଭାପତି ଆଇନଜିବୀ ମନୋଜ ରାୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ମହୋତ୍ସବ ଶାନ୍ତି ସନ୍ତୋଷର ମାଧ୍ୟମ ହୋଇଥାଏ ବୋଲି କହିବା ସହ ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟିରେ ଆୟୋଜିତ ଏହି ମହୋତ୍ସବ ଉତ୍କଳର ଗାରିମାମୟ ପରମ୍ପରାକୁ ବଜାଇ ରଖିବାକୁ ପ୍ରେରଣା ଦାୟୀ ହେବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସାହିତ୍ୟିକ ଜଗନ୍ନାଥ ପାତ୍ର ମହୋତ୍ସବ ସଂସ୍କୃତି ଓ ଆମ ପରମ୍ପରାର ନବୀନ ରୂପ । ମହୋତ୍ସବ ମାଧ୍ୟମରେ ନବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବାର ନିଆଁରା ପ୍ରୟାସ ଅବ୍ୟାହତ ରହୁ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭଦ୍ରକ ମ୍ୟୁନିସପାଲଟିର ଅଧ୍ୟକ୍ଷା ଶ୍ରୀମତି ଗୁଲମକ୍କି ହବିବ୍ ଯୋଗଦେଇ ମହୋତ୍ସବ ସଂପୃକ୍ତ ଅଞ୍ଚଳର ଭାଇଚାରା ସୃଷ୍ଟି କରି ଡ.ହରକୃଷ୍ଣ ମହତାବଙ୍କ ସ୍ମୃତିକୁ ଉଦଜିବିତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ, ଉପଦେଷ୍ଟା ଗୋଲକ ପୃଷ୍ଟି ,ଉପଦେଷ୍ଟା ସୁବୋଧ କୁମାର ସାହୁ,ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା ପ୍ରମୁଖ ଯୋଗ ଦେଇଥିôଲେ । ଏହି ଅବସରରେ ଏସିବି ଫାଉଣ୍ଡେସନ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା,ଉତ୍ସବ କ୍ରିଏସନ ନୃତ୍ୟାନୁଷ୍ଠାନର ଅଧ୍ୟକ୍ଷା ରିଚିସ୍ମିତା ମହାନ୍ତିଙ୍କୁ ଅତିଥି ମାନେ ମାନପତ୍ର, ସଂବେଗ ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ କୁମାର ସିଂହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ରଖି ମହୋତ୍ସବ ଆୟୋଜନରେ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ସହ-ସମ୍ପାଦକ ଗଦାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଭଦ୍ରକର ଉତ୍ସବ ନୃତ୍ୟାନୁଷ୍ଠାନ,ଭୁବନେଶ୍ୱର ଓଡିଶୀ ଡ୍ୟାନ୍ସ କ୍ରିଏସନ୍ ଓ ଶେଷରେ ଦେବଶ୍ରୀ ଭଜନ ସଂନ୍ଧ୍ୟା ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଶ୍ରୋତା ଓ ଦର୍ଶକ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ମାମୁନି ସିଂହ, ନିହାର ରଞ୍ଜନ ସାହୁ, ଚିତ୍ତରଞ୍ଜନ ଦାସ, ଦୀପକ ପୁରୀ, ନମିତା ବେହେରା, ପ୍ରତିମା ସାହୁ,କରନ କୁମାର ଜେନା,ଅର୍ଜୁନ ସିଂହ, ନିତ୍ୟାନନ୍ଦ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।


