ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ହାଟଡିହି, (ଓ୍ବାଇଏନଏସ): ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ହାଟଡିହି ବ୍ଲକ ଛେନାପଦି ଛକ ସ୍ଥିତ ବିଶ୍ୱତାରିଣୀ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାପିକା ଝରଣା ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ପହି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଶିକ୍ଷିକା କାଦମ୍ବିନୀ ସ୍ୱାଇଁ ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଉଥିବା ବେଳେ ଅନୁପ୍ରିୟା ସ୍ୱାଇଁ, ମନୀଷା ନାୟକ, ମୋନାଲିସା ନାୟକ, ଚିନ୍ମୟୀ ପଣ୍ଡା, ସୁନିତା ମହାନ୍ତ, ମାନସୀ ପହି, ମିଞ୍ଜ ହୋ, କନକ ଦିଗାର, ଭାନୁପ୍ରିୟା ସାହୁ, ମାନସୀ ବାରିକ, କବିତା ନାୟକ, ପାର୍ବତୀ ନାୟକ, ଅଙ୍କିତା ହାଁସଦା, ରଚନା ଦେହୁରୀଙ୍କ ସମେତ ଅନେକ ପ୍ରଶିକ୍ଷାର୍ଥୀ ଏଥିରେ ଭାଗନେଇଛନ୍ତି।  ଅଧ୍ୟାପକ ଭକ୍ତ ଚରଣ ସ୍ୱାଇଁ, ନିରଞ୍ଜନ ଜେନା, ଅଭିରାମ ସାହୁ, ବେଦମତୀ ନାୟକ, ପୂର୍ଣ୍ଣିମା ଦାଶ, ସୁବାସ ପାତ୍ର, ସଂଯୁକ୍ତା ଲେଙ୍କା, ମଧୁ ସୁଦନ ପାଢ଼ୀ, ଶେଷଦେବ ବିଶ୍ଵାଳ, ମଦନ ମୋହନ ଜେନା, ପର୍ଶୁରାମ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ