ମା “ଙ୍କ କାର୍ତ୍ତାୟନୀ ବେଶ ସହ କାଳିକା ନୃତ୍ୟ ଅନୁଷ୍ଠିତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):- ପବିତ୍ର ଚୈତ୍ର ମାସର ତୃତୀୟ ମଙ୍ଗଳବାର । ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ତୃତୀୟ ପାଳି ଯାତ୍ରା । ବିଳମ୍ବିତ ରାତ୍ର ରୁ ମା “ଙ୍କ ଦ୍ୱାରଫିଟା, ମଙ୍ଗଳଆଳତୀ, ସ୍ନାନ, ମାର୍ଜନା, ବେଶ, ଚନ୍ଦନ ଲାଗି, ସୂର୍ଯ୍ୟ ପୂଜା, ବଲ୍ଲଭ ଧୂପ, ସକାଳ ଧୂପ ପରେ ସକାଳ ୫ଘ ୩୦ମିନିଟ ସମୟ ସାହାଣ ମେଳା ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ମା ” ମଙ୍ଗଳା ଶ୍ରଦ୍ଧାଳୁ ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି । ଶାରଦୀୟ ନବରାତ୍ର ପରି ବାସନ୍ତିକ ନବରାତ୍ରି ମଧ୍ୟ ଦେବୀ ଦୁର୍ଗା ଙ୍କ ପ୍ରକୃଷ୍ଟ ସମୟ। ଶାରଦୀୟ ନବରାତ୍ରି ଆଶ୍ୱିନ ଶୁକ୍ଳ ପ୍ରତିପଦ ରୁ ନବମୀ ପର୍ଯ୍ୟନ୍ତ ପାଳିତ ହେଉଥିବା ବେଳେ, ବାସନ୍ତିକ ନବରାତ୍ରି ଚୈତ୍ର ଶୁକ୍ଳ ପ୍ରତିପଦ ରୁ ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ। ବାସନ୍ତିକ ନବରାତ୍ରି ସପ୍ତମୀ ଥିବାରୁ ମଙ୍ଗଳବାର ଅପରାହ୍ନ ୨ଘଟିକା ପରେ ସହର୍ଷକୁମ୍ଭାଭିଷେକ ସ୍ନାନ ପରେ ନବକଳେଶ, ମୁଖ୍ୟ କଳେଶ, ସୂର୍ଯ୍ୟ ପୂଜା, ବଲ୍ଳଭ ଧୂପ ପରେମହାସ୍ନାନ ସହ ବିଳମ୍ବିତ ରାତ୍ର ରେ ମା “ଙ୍କ କାର୍ତ୍ତାୟନୀ ବେଶ ଅନୁଷ୍ଠିତ ହୋଇଥିଲା। ପରେ ବିଳମ୍ବିତ ରାତ୍ରରେ ମା ‘ମଙ୍ଗଳା ଙ୍କ ବେଢା ପରିସରରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା ।ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ମା” ମଙ୍ଗଳା ଙ୍କ ଏହି ପାଳି ଯାତ୍ରା ଆରମ୍ଭ ହୋଇ ବୈଶାଖ ମାସ ପ୍ରଥମ ମଙ୍ଗଳବାର ରେ ପଞ୍ଚମ ପାଳିରେ ମା ମଙ୍ଗଳା ଙ୍କ ପ୍ରସିଦ୍ଧ ଝାମୁଯାତ୍ରା ରେ ସମାପନ ହୋଇଥାଏ । ଏହି ପବିତ୍ର ଚୈତ୍ର ମାସର ତୃତୀୟ ମଙ୍ଗଳବାର ରେ ବ୍ରତଧାରୀ ମହିଳା ମାନେ ପରିବାର ମଙ୍ଗଳକାମନା ପାଈଁ ଗାଁ ଦାଣ୍ଡରେ ପନ୍ଥେଇ ନିର୍ମାଣ କରି ଗୁଆ, ନଡ଼ିଆ, କଦଳୀ, ଖଇ ସହ ପଣା ହଳଦୀ ପାଣି ଦେଈ ପୂଜା କରିଥାନ୍ତି ।


