ମୁନିଗୁଡାରେ ହିନ୍ଦୁ ଜାଗରଣ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ସଭାକକ୍ଷରେ ଜିଲ୍ଲା ସ୍ତରୀୟ ହିନ୍ଦୁ ଜାଗରଣ ସାମୁଖ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ହିନ୍ଦୁ ଜାଗରଣ ସାମୁଖ୍ୟ ବିଭାଗ ପ୍ରମୁଖ ପ୍ରଭାତ କୁମାର ମହାପାତ୍ରଙ୍କ ସଂଯୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସାଧୁ,ସନ୍ଥ ସମାଜ ପ୍ରମୁଖ ତଥା ଚନ୍ଦ୍ରପୁର ବ୍ଲକ ଜନକଲ୍ୟାଣ ଆଶ୍ରମ ତତ୍ତ୍ୱାବଧାରକ ସ୍ଵାମୀ ଜନକାନନ୍ଦ ଗିରି ମହାରାଜ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ଜାଗରଣ ସାମୁଖ୍ୟର ପୂର୍ଣ୍ଣ କାଳୀନ ପ୍ରଶିକ୍ଷାର୍ଥ ମାନଙ୍କୁ ସ୍ଵଧର୍ମ, ସ୍ଵରାଷ୍ଟ୍ର, ସ୍ୱଦେଶୀ ଏବଂ ଭାରତୀୟ ସଂସ୍କୃତି ପ୍ରତି ଘଟୁଥିବା ବିପତ୍ତି,ଭବିଷ୍ୟତରେ ଆସିବାକୁ ଥିବା ଅଘଟଣ ଉପରେ ପ୍ରଶିକ୍ଷଣ ଦେଇଥିଲେ।ଉପସ୍ଥିତ ଅତିଥିମାନେ ନିଜ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ଯତ୍ନବାନ ହେବା ସହିତ ପଲ୍ଲୀ ଅଞ୍ଚଳରେ ଘଟୁଥିବା ସୁନିୟୋଜିତ ଧର୍ମାନ୍ତିକରଣ ଓ ଅନୁପ୍ରବେଶୀ ମାନଙ୍କ ଚକ୍ରାନ୍ତ ଉପରେ ତୀକ୍ଷଣ ଦୃଷ୍ଟି ଦେବାକୁ ଆହ୍ଵାନ ଦେଇଥିଲେ।ଶିବିରରେ ୧୭ଜଣ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।ବିଭାଗ ପ୍ରମୁଖ ମହାପାତ୍ର ଶିବୀରାର୍ଥି ମାନଙ୍କ ସହ ହନୁମାନ ଚାଳିଶା ପାଠ କରିବା ସହ ସେମାନଙ୍କୁ ରାମାୟଣ ଓ ମହାଭାରତର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।ଶେଷରେ ସ୍ଵଧର୍ମେ ମରଣ ଶ୍ରେୟ,ପରଧର୍ମ ଭୟାବହ ଉପରେ ଆଧାରିତ ଆଳଚନା ଚକ୍ର ଆୟୋଜିତ ହୋଇଥିଲା।ଅନେକ ସିବୀରାର୍ଥି ଏଥିରେ ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ