ସହିଦ ଲକ୍ଷ୍ମଣ ନାୟକଙ୍କ ସହୀଦ ଦିବସ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାରେ ଜଗନ୍ନାଥ ମନ୍ଦିର ପରିସରରେ ସହିଦ ଲକ୍ଷ୍ମଣ ନାୟକ କ୍ଲବ ତରଫରୁ ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ତମ ସହୀଦ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସକାଳେ କ୍ଳବର ସଭାପତି ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ଲକ୍ଷ୍ମଣ ନାୟକ ଛକରେ ଥିବା ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ପରେ ଶହୀଦଙ୍କ ସ୍ମୃତି ଚାରଣ କରିବା ସହିତ ଲକ୍ଷ୍ମଣ ନାୟକଙ୍କ ଜୟର ନାରା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ସଦସ୍ୟ ମାଧବ ବଲଭାଇ,ସୋମନାଥ ମାର୍ଥା,ରାଜେନ୍ଦ୍ର ଦାସ,ପ୍ରସାଦ ସାହୁକାର, ପ୍ରେସ କ୍ଳବ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ଅବସର ପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ,ଭାଗିରଥି ନାଗ,ଉତ୍ତମ କୁମାର ଦାସ,ହରି ଉଲ୍ଲକା, ପ୍ରକାଶ ଚନ୍ଦ୍ର ମୁଦୁଲି,କୃଷ୍ଣଚନ୍ଦ୍ର ମଲ୍ଲିକ, ଜଗବନ୍ଧୁ ପଣ୍ଡା, ନିକୁଞ୍ଜ ଶତପଥି, ନରତମ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରି ସ୍ମୃତି ଚରଣ କରିଥିଲେ । ସେହିପରି ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପରିସରରେ କ୍ଳବ ତରଫରୁ କ୍ଳବର ସଭାପତି ପଦ୍ମନାଭ ବେହେରାଙ୍କ ସଭାପତିତ୍ୱ ଓ ମଞ୍ଚ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅତିଥିଭାବେ ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁନ୍ଦ୍ରୁକା, ସରପଞ୍ଚ ସରସ୍ଵତୀ ଶବର, ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ହୃଷିକେଶ ଜାଲି, କ୍ଳବର ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକ, କ୍ଳବର ସାଧାରଣ ସମ୍ପାଦକ ପ୍ରଫୁଲ କୁମାର ଗୌଡ଼, ସମାଜସେବୀ ଗୌରାଙ୍ଗ ଚରଣ ରାଉତ, ଅଧ୍ୟାପକ ସୁରେଶ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ। ପରେ କାଳଜୟୀ ସ୍ଵାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କୁ କୋରାପୁଟ ଅଞ୍ଚଳର ଗାନ୍ଧୀ ବୋଲି କହିବା ସହ ତାଙ୍କର ତ୍ୟାଗ, ତିତିକ୍ଷା, ବଳିଦାନ, ଦେଶପ୍ରେମ, ବଳିଦାନ ଆଜିବି ଏ ଅଞ୍ଚଳର ଲୋକଙ୍କ ଆଲୋକ ବର୍ତ୍ତିକା ସାଜିଛନ୍ତି। ପ୍ରତ୍ୟେକ ଯୁବାବର୍ଗଙ୍କ ପାଇଁ ସେ ଜଣେ ସ୍ୱାଧୀନତା ସଂଗ୍ରାମର ଅନିର୍ବାଣ ଅଗ୍ନିଶିଖା ବୋଲି ମତବ୍ୟକ୍ତ କରିଥିଲେ। ପରେ କ୍ଳବ ତରଫରୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ ସମ୍ମାନିତ କରାଯିବ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ