ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ସଚେତନତା ପଦଯାତ୍ରା

 ଛତ୍ରପୁର, (ଓ୍ବାଇଏନଏସ): ଓଡ଼ିଆ ଭାଷା ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା l ଏହି ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା l ଆମ ଓଡ଼ିଆ ଭାଷା ର ଆହୁରି ଅଧିକ ପ୍ରଚାର ଓ ପ୍ରସାରପାଇଁ ରାଜ୍ୟବ୍ୟାପୀ ସମସ୍ତ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକ ରେ ଓଡ଼ିଆ ରେ ନାମ ଫଳକ ଲେଖିବାକୁ ଆହ୍ୱାନ ଦେଉଛନ୍ତି ରାଜ୍ୟ ସରକାର l  ଏପ୍ରେଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ – ୨୦୨୬ ପାଳନ ଅବସର ରେ ଜିଲ୍ଲାପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଆଜି ଓଡ଼ିଆ ରେ ନାମ ଫଳକ ଲେଖା ଅଭିଯାନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ସଚେତନତା ପଦଯାତ୍ରା କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ  ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା ଙ୍କ ସମେତ ଶ୍ରମ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଏବଂ ନିର୍ମାଣ ଶ୍ରମିକ, ସ୍ବେଛାସେବୀ ମାନେ ସାମିଲ ଥିଲେ l ନିଜ ନିଜ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବାକୁ ସଚେତନତା କରାଯାଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ