ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକର ଭଗବାନପୁର ପଞ୍ଚାୟତରେ ୦୬-୪-୨୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ତହସିଲଦାର ତାପସ ରାଉତଙ୍କ ତତ୍ତ୍ଵାବଧାନରେ ଭଗବାନପୁର ପଞ୍ଚାୟତ ସ୍ଥରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡା ଓ ସିଡିପିଓ ବବିତା କୁମାରୀ ପଣ୍ଡା ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୨ ଟି ଗୋଷ୍ଠୀଗତ ଓ ୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ସେଥି ମଧ୍ୟରୁ ୨ ଟି ଅଭିଯୋଗ ଶିବିରରେ ହିଁ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ସମେତ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତଥିଲେ। ଜନଶୁଣାଣି ଅଧିକାରୀ ଜ୍ୟୋତି ରଞ୍ଜନ ସାହୁ ଶିବିର ପରିଚାଳନା କରିଥିଲେ। ଭଗବାନପୁର ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


