ହାଇୱାକୁ ପଛରୁ ପିଟିଲା ଆମ ବସ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ, (ଓ୍ବାଇଏନଏସ): ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ବାରଙ୍ଗ ନିକଟରେ ଗୋଟିଏ ହାଇୱାକୁ ପଛରୁ ପିଟିଛି ଆମ ବସ୍ । ଏହି ବସ୍ କଟକ ପଟୁ ଭୁବନେଶ୍ୱର ଆଡକୁ ଆସୁଥିଲା । ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭ ନଗର ଛକ ନିକଟରେ ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଆମ ବସର ନମ୍ୱର ହେଉଛି ୩୭ । ଦୁର୍ଘଟଣାରେ ଆମ ବସ୍ ର ୨ଟି କାଚ ଭାଙ୍ଗି ବସ୍ ଭିତରେ ଥିବା ଯାତ୍ରୀଙ୍କ ଉପରେ ପଡ଼ିଥିଲା । ବସ୍ ଝରକା ପାଖରେ ବସିଥିବା ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆମ ବସ୍ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏହି ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ