ପ୍ରତାପଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟର ସଫଳତା
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ସିବିଏସଇ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ବିଦ୍ୟାଳୟରେ ଅଧ୍ୟୟନ ରତ ମୋଟ ୮୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ୮୨ ଜଣ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟର ପାସ୍ ହାର ଶତପ୍ରତିଶତ ରହିଛି, ସେଥିରୁ ପନ୍ଦର ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖିଥିବା ବେଳେ ଚାରି ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି, ବିଦ୍ୟାଳୟର ଛାତ୍ରୀ ତେଜସ୍ୱିନୀ ପାତ୍ର ସର୍ବାଧିକ ୯୮.୮ ପ୍ରତିଶତ ନମ୍ବର୍ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛାତ୍ରୀ ଆରାଧନା ସ୍ୱାଇଁ ୯୭.୬ ପ୍ରତିଶତ,ଲରେନ କୁମାର ଭୋଳ ୯୬.୪ ପ୍ରତିଶତ ଏବଂ ସଞ୍ଜନା ସେଠୀ ୯୫ ପ୍ରତିଶତ ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି, କୃତି ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତା ଏବଂ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି।


