ଗଜପତି ଜିଲ୍ଲାର ଭାରପ୍ରାପ୍ତ ଏସପି ହେଲେ ସୁନୀଲକାନ୍ତ ମହାନ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଭାରପ୍ରାପ୍ତ ଏସ୍‌ପି ଭାବେ ଅତିରିକ୍ତ ଏସ୍‌ପି ସୁନୀଲକାନ୍ତ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଅବସର ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କୁ ଗଜପତି ଦାୟିତ୍ବ ଦିଆଯାଇଥିଲା I ପଶ୍ଚିମବଙ୍ଗରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଡ. ସର୍ବଣାବିବେକ ଏମ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ ଏହି ପଦରେ ଅତିରିକ୍ତ ଏସପି ଶ୍ରୀ ମହାନ୍ତି ଗତକାଲି ଠାରୁ ଏସପି ଭାବେ ଦାୟିତ୍ୱ ଦିଆଯାଇ ଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ