ଅଗ୍ନିଶମ ସେବା ସପ୍ତାହ ପାଳିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ନିମାପଡା ଅଗ୍ନିଶମ ସେବା କେନ୍ଦ୍ର ଆନୁକୂଲ୍ୟରେ ଅଗ୍ନିଶମ ସେବା ସପ୍ତାହ- ୨୦୨୬ ଅବସରରେ ଆୟୋଜିତ ହୋଇଛି ” ଅଗ୍ନି ପ୍ରଶମନ ପ୍ରଶିକ୍ଷଣ ” କାଯ୍ୟକ୍ରମ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଅଶୋକ କୁମାର ବିଶ୍ଵାଳ ଅନୁଷ୍ଠାନିକ ଭାବରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ , ଓଡିଶା ସରକାରଙ୍କ ଅଗ୍ନିଶମ ବିଭାଗ ପକ୍ଷରୁ ଚଳିତ ବର୍ଷ ଅପ୍ରେଲ ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅଗ୍ନିଶମ ସେବା ସପ୍ତାହ-୨୦୨୬ ମହା ଆଡମ୍ବରରେ ପାଳନ କରାଯାଉଛି ।ଏ ବର୍ଷର ମୂଳ ବିଷୟବସ୍ତୁ ହେଉଛି ” ଅଗ୍ନି ସୁରକ୍ଷା ଏବଂ ରାଷ୍ଟ୍ର ବିକାଶ ସୁନିଶ୍ଚିତ କରିବା ” । ମହାବିଦ୍ୟାଳୟର ଏନ. ସି. ସି ବିଭାଗ ମେଜର ପୁଷ୍ପଲତା ଦତ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ଜୀବନ ଦାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅଗ୍ନି ପ୍ରଶମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିମାପଡା ଅଗ୍ନିଶମ ସେବା କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇ ମହାବିଦ୍ୟାଳୟ ପରିସରରେ ମକ୍ ଡ୍ରିଲ୍ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ । ଏଲପିଜି ସିଲିଣ୍ଡର,ବିଦ୍ୟୁତ ସର୍ଟ ସର୍କିଟ ଓ ତେଲ ଯୋଗୁଁ ଲାଗିଥିବା ନିଆଁକୁ କିପରି ଭିନ୍ନ ଭିନ୍ନ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ୱାରା ଲିଭାଯାଏ ତାହା କର୍ମଚାରୀମାନେ ଦେଖାଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଅଧ୍ୟାପକ ବିଷ୍ଣୁ ପ୍ରସାଦ ବାରିକ, ସୁବାସ ଚନ୍ଦ୍ର ଜେନା, ଦିବାକର ବେହେରା ପ୍ରଭୁତି ସହଯୋଗ କରିଥିଲେ ।ଶେଷରେ ମେଜର ପୁଷ୍ପଲତା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ