ଅଗ୍ନି ବିପନ୍ନଙ୍କୁ ଭେଟିଲେ ବିଧାୟକ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ମାନଙ୍କୁ ଭେଟିଛନ୍ତି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ। ଏହି ଅଗ୍ନିକାଣ୍ଡରେ ବଳିଆ ସେଠୀ,କନ୍ଦ ସେଠୀ,ବାବାଜୀ ସେଠୀ,ବାବୁଲି ସେଠୀ, ଶ୍ରୀଧର ସେଠୀ, ସୁଦର୍ଶନ ସେଠୀ ପ୍ରମୁଖଙ୍କ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏପରିକି ସମସ୍ତ ପରିବାରର ପିନ୍ଧା ଲୁଗା ଖଣ୍ଡିକ ବ୍ୟତୀତ ଅନ୍ୟ କିଛି ଉଦ୍ଧାର ହୋଇନଥିଲା। ଆଜି ଅପରାହ୍ନରେ ବିଧାୟକ ଶ୍ରୀ ସେଠୀ ବିପନ୍ନ ଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ସେମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିପନ୍ନ ମାନଙ୍କୁ କିପରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ସେନେଇ ହାଟଡିହି ତହସିଲଦାର ଓ ହାଟଡିହି ବିଡ଼ିଓ ଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ। ତାଙ୍କ ସହିତ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ଯୁବ ବିଜେଡି ନେତା ଦୀପ୍ତି ରଞ୍ଜନ ଦାସ, ନାରାୟଣ ବେହେରା , ସମିତି ସଭ୍ୟ ବାମନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


