ଆଦର୍ଶ ମହିଳାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଦର୍ଶ ମହିଳା ତଥା ସମସ୍ତଙ୍କୁ ଆପଣାର କରିପାରୁଥିବା ମଣିଷ ପୂର୍ବତନ ସରକାରୀ ଅଧିକାରୀ ସ୍ୱର୍ଗତ ଭଗବାନ ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା ଅନସ୍ୱୟା ଦାସଙ୍କ ଏକାଦଶାହ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଗରାପୁରସ୍ଥିତ ରେସୱା ଜାଗୃତୀ ଗୃହର ଅନ୍ତେବାସୀମାନଙ୍କ ଗହଣରେ ସ୍ୱର୍ଗତା ଦାସଙ୍କ ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ଅନ୍ତେବାସୀମାନଙ୍କୁ ତାଙ୍କ ସୁପୁତ୍ର କେଦାରନାଥ ଦାସଙ୍କ ଉପସ୍ଥିତିରେ ମଧ୍ୟାହ୍ନ ଭୋଜନ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ରଣଧିର ଜେନା ଓ ରେସୱା ଅଧିକ୍ଷିକା ମିନତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


