ମା’ବୁଢୀ ଠାକୁରାଣୀ ମହିଳା ସ୍ୱୟଂ ସହାୟିକା ଦଳ ପକ୍ଷରୁ ଜଳଦାନ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତ ଗୋବରୀକୂଳ ଗ୍ରାମର ମା’ବୁଢୀ ଠାକୁରାଣୀ ସ୍ୱୟଂ ସହାୟୀକା ଦଳ ପକ୍ଷରୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଦାନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ବାଂଶ ନିକଟସ୍ଥ ତେଲସରା-ନାଉଗାଁକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତା ପାଶ୍ୱର୍ରେ ଖରାରେ ଯାଉଥିବା ପଥଚାରୀଙ୍କୁ ପାନୀୟ ଜଳ ବଂଟନ କରୁଛନ୍ତି। ଜଳଦାନ ଏକ ମହତ କାର୍ଯ୍ୟ ହୋଇଥିବାରୁ ମହିଳାମାନେ ଲେମ୍ବୁ, ଦହି ଆଦି ପକାଇ ପାନୀୟ ପ୍ରସ୍ତୁତ କରିଥିବା ବେଳେ ପଥଚାରୀ ମାନେ ଖରାରେ ଉକ୍ତ ପାନୀୟ ପିଇ ତୃଷ୍ଣା ମେଂଟାଉଥିବା ଜଣାଯାଇଛି। ଗ୍ରୀଷ୍ମ ଋତୁ ସରିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘର ସଦସ୍ୟାମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଂଘର ଇନ୍ଦୁମିତୀ ମହାରଣା, ସୁଶାନ୍ତି ରାଉତ, ସିଲାରଣୀ ବିଶ୍ୱାଳ, ଶାନ୍ତିଲତା ବିଶ୍ୱାଳ ଆଦି ପରିଚାଳନା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ