କଳାଶ୍ରୀମୁଖ ଦର୍ଶନ
ତୋ କଳାଶ୍ରୀମୁଖ
ହରେ ମୋର ଦୁଃଖ
ପ୍ରଭାତେ ଦର୍ଶନ କଲେ,
ମଧ୍ୟାହ୍ନେ ଦର୍ଶନ
ସୁଖ ଶାନ୍ତି ଜ୍ଞାନ
ରାତ୍ରେ ସୁଖ ନିଦ୍ରାଭଲେ ।
ସ୍ବପ୍ନରେ ଦର୍ଶନ
କଲେ କୋଟିପୂଣ୍ଯ
ଜାଗ୍ରତ କରାଉ ମୋତେ,
କୋଉ କର୍ମ ମୋର
କେମିତି କରିଲେ
ସହଜେ ପାଇବି ତୋତେ ।
ତୋତେ ପାଇବାକୁ
କର୍ମ ଭକ୍ତି ଜ୍ଞାନ
ମାର୍ଗ ଦେଇଅଛୁ ଖଞ୍ଜି,
ଯାହାକୁ ଯେମିତି
ସୁଖଦ ସରଳ
ସେ ଭାବେ ସେ ଯାଉ ମଜ୍ଜି।
ଅଭାବ ହୋଇଲେ
ତୋତେ ସେ ଖୋଜଇ
ଗୁହାରୀ କରିବ ପଦେ,
ଅଭାବ ଦୂରେଇ
ଭାବ ବନ୍ଧନରେ
ବାନ୍ଧିହୋଇବ ଶ୍ରୀପଦେ ।
ସେ ପଦ୍ମପାଦରେ
ଶରଣ ପଶିଲେ
ହରିଯିବ ସର୍ବ ଦୁଃଖ,
ଧନ ଜନ ଗୋପ
ଲକ୍ଷ୍ମୀ କିସ ହେବ
ଦେଖିବ କଳାଶ୍ରୀମୁଖ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


