କାକଟପୁର ଓ ଅସ୍ତରଙ୍ଗ ବ୍ଳକରେ କର୍ମଚାରୀଙ୍କ ଗସ୍ତ ବିବରଣୀ ସୂଚନା ଫଳକ ନାହିଁ

କାକଟପୁର/ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ):ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବ୍ଳକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନେ ଯେ କୋୖଣସି ସରକାରୀ କାମରେ ବ୍ଳକ ଛାଡି ବାହାରକୁ ଗଲେ ସେମାନେ ସେମାନଙ୍କର ଗସ୍ତ ସଂପର୍କରେ ବ୍ଳକରେ ଥିବା ସୂଚନା ଫଳକରେ ସଂପୂର୍ଣ୍ଣ ବିବରଣୀ ଲେଖି ଯିବାର ନିୟମ ଅଛି, କିନ୍ତୁ ପୁରୀ ଜିଲ୍ଲା କାକଟପୁର ବ୍ଲକ ଓ ଅସ୍ତରଙ୍ଗ ବ୍ଲକରେ ଏହି ନିୟମକୁ କର୍ମଚାରୀ ( କିମ୍ବା )ଅଧିକାରୀମାନେ ମାନୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି, ଏପରିକି ଏହି ଦୁଇ ବ୍ଳକରେ କାର୍ଯ୍ୟରତ ବିଡ଼ିଓ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲଙ୍ଘନ କରୁଛନ୍ତି ବୋଲି କେତେକ ନିର୍ବାଚିତ ଓ ପୂର୍ବତନ ଲୋକ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି, ପୂର୍ବରୁ ଏହି ଦୁଇ ବ୍ଳକରେ କର୍ମଚାରୀ ଓ ଅଧିକାରୀ ମାନଙ୍କ ଗସ୍ତ ସଂପର୍କିତ ସୂଚନା ଫଳକ କାନ୍ଥରେ ତିଆରି ହୋଇଥିଲା, ପ୍ରତିଦିନ ତାରିଖ ବଦଳା ଯାଉଥିଲା ଏବଂ ଅଧିକାରୀମାନଙ୍କ ଗସ୍ତ ସଂପର୍କିତ ସୂଚନା ମଧ୍ୟ ସ୍ପଟ ଭାବେ ଫଳକରେ ଲେଖାଯାଉଥିଲା, ଗତ କିଛି ବର୍ଷ ଧରି ଏହି ଫଳକ ଆଉ ବ୍ଳକ କାନ୍ଥରେ ଦେଖିବାକୁ ମିଳୁନାହିଁ ବୋଲି ବ୍ଲକ କୁ ଆସୁଥିବା ଜନ ସାଧାରଣ ଅଭିଯୋଗ କରୁଛନ୍ତି, ଏହି ବ୍ଳକରେ ତଳିଆ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ପ୍ରତିଦିନ ଅଫିସ ଆସିବାରେ ସେମିତି କିଛି ନିଦ୍ଧିଷ୍ଟ ଧରାବନ୍ଧା ନୀତିନିୟମ ନାହିଁ ଏମିତିକି ଅସ୍ତରଙ୍ଗ ବିଡ଼ିଓ ମଧ୍ୟ ସରକାରୀ ନିୟମକୁ ଉଲ୍ଲଂଘନ କରି ମନଇଚ୍ଛା ଅଫିସ ଆସୁଥିବାର ନଜିର ରହିଛି, ଯେଉଁଠି ବ୍ଲକର ବିଡ଼ିଓ ମନଇଚ୍ଛା ଅଫିସ ଆସୁଛନ୍ତି ସେଠି ସଠିକ ସମୟରେ କର୍ମଚାରୀ ନିୟମିତ ଅଫିସ ମଧ୍ୟ ଅସୁନଥିବା ଅଭିଯୋଗ ହେଉଛି, ବ୍ଳକରେ ଵୟୋମେଟ୍ରିକ ସିଷ୍ଟମ ଲାଗିଥିଲେ ବି ସିଷ୍ଟମ କୁ ସକ୍ଷମ କରାଯାଉନାହିଁ । ବହୁ କର୍ମଚାରୀ ଲଗାତାର ଅନୁପସ୍ଥିତ ରହୁଥିଲେ ମଧ୍ୟ ଉପସ୍ଥାନ ଖାତା ଛକି ପଡିବା ବଦଳରେ ଖାଲି ରହୁଥିବାରୁ ଉପସ୍ଥାନ ଖାତାରେ ଦସ୍ତକତ କରିବାରେ କୋୖଣସି ପ୍ରତିବନ୍ଧକ ହେଉନାହିଁ, ବ୍ଳକରେ ବହୁ କର୍ମଚାରୀ ପ୍ରତି ବର୍ଷ ଗସ୍ତ ଖର୍ଚ୍ଚ ଉଠାଣ କରୁଥିଲେ ମଧ୍ୟ ସରକାରୀ କାର୍ଯ୍ୟ ଅପେକ୍ଷା ନିଜସ୍ୱ କାର୍ଯ୍ୟରେ ଅଧିକାଂଶ ସମୟ ନିୟୋଜିତ ହେଉଛନ୍ତି ବୋଲି ସାଂଘାତିକ ଅଭିଯୋଗ ହେଉଛି, ଏହି ଦୁଇ ବ୍ଳକ ଅଧିନରେ ଥିବା ୩୧ ଗୋଟି ଗ୍ରାମପଞ୍ଚାୟତର ବହୁ ଦୂର ଦୁରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକମାନେ ବ୍ଳକ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କୁ ଅଧିକାଂଶ ସମୟ ନପାଇ ହତାଶ ମନରେ ଫେରିବାକୁ ପଡୁଛି, ଏହାଛଡା ଏହି ଦୁଇ ବ୍ଲକରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ମଧ୍ୟରୁ ଶତକଡା ୭୫ % ଭାଗ କର୍ମଚାରୀ ଭୁବନେଶ୍ୱର,ପୁରୀ , ନିମାପଡା, କୋଣାର୍କ , ପିପିଲି , କଟକ ଆଦି ସ୍ଥାନରୁ ଦୈନିକ ଯିବା ଆସିବା କରୁଥିଲେ ମଧ୍ୟ ବ୍ଳକ କାର୍ଯ୍ୟାଳୟ ଠାରୁ ୮ କିମି ମଧ୍ୟରେ ଘର ଭଡା ନେଇ ରହୁଛନ୍ତି ବୋଲି କାଗଜ ପତ୍ରରେ ଦର୍ଶାଇ ଘର ଭଡା ମଧ୍ୟ ସରକାରଙ୍କ ନିକଟରୁ ପାଉଛନ୍ତି, ଅପରପକ୍ଷରେ ନିୟମ ଅନୁଯାଇ ପ୍ରତ୍ୟକ ସୋମବାରରେ ବ୍ଳକ କାର୍ଯ୍ୟାଳୟରେ ବିଡ଼ିଓ ଜନଶୁଣାଣି କରିବା କଥା, କିନ୍ତୁ ପ୍ରାୟ ସମୟ ବିଡ଼ିଓ ବ୍ଳକରେ ଅନୁଉପସ୍ଥିତ ରହୁଥିବା ବେଳେ ବିଡ଼ିଓଙ୍କ ଗସ୍ତ ଓ ଅନୁଉପସ୍ଥିତ ସଂପର୍କିତ କୌଣସି ସୂଚନା କର୍ମଚାରୀମାନଙ୍କୁ ଲୋକେ ପଚାରିଲେ କର୍ମଚାରୀ ମାନେ ସଠିକ ସୂଚନା ଲୋକଙ୍କୁ ଦେଇପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି, ଅପରପକ୍ଷରେ କେତେକ ସୂଚନା ଅଧିକାର କର୍ମୀ ଅଭିଯୋଗ କରିଛନ୍ତି ଯେ ଏହି ବ୍ଲକରେ ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ ବ୍ଳକରୁ ତଥ୍ୟ ମିଳୁନି କି ବିଡ଼ିଓଙ୍କ ନିକଟରେ ଅପିଲ କଲେ ସେ ଅପିଲର ଶୁଣାଣି ହେଉନାହିଁ ।ତେବେ ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ସାଧାରଣ ଲୋକଙ୍କ ସେବକ ହିସାବରେ ଲୋକଙ୍କ କାମରେ ଅସୁନଥିବା ଏଭଳି ଠକ ସରକାରୀ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଥିବା ବେଳେ ଏବିଷୟରେ ପଞ୍ଚାୟତରାଜ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ