ବିଦ୍ୟୁତ୍ ବିଭାଗର ଅବହେଳା, ହନ୍ତସନ୍ତ ଉପଭୋକ୍ତା
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ବାଲିମେଳା ଟାଟା ପାୱାର ମନମାନି ଚରମ ସୀମାରେ ପହଞ୍ଚିଛି। ଗରମରେ ଜନଜୀବନ ଆଉଟୁପାଉଟୁ ହେଉଥିବା ବେଳେ ବାରମ୍ଵାର ବିଦ୍ୟୁତ୍ କାଟ ଜୀବନଙ୍କୁ ଅସ୍ତ ବ୍ୟସ୍ତ କରିଦେଇଛି। ଖରାର ପ୍ରକୋପରେ ଲୋକେ ବାହାରକୁ ବାହାରୁ ନଥିବା ବେଳେ ବିନା ସୂଚନାରେ ବିଦ୍ୟୁତ୍ କାଟ ଦ୍ୱାରା ଜୀବନ ଅସହ୍ୟ ଗରମ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡିଛି। ଫଳରେ ନାକାମାମୁଡ଼ି, ଟନେଲ କ୍ୟାମ୍ପ ଏମିତି ୧୩ଟି ପଂଚାୟତର ଶହ ଶହ ଲୋକ ଆଜି ଆସି ବାଲିମେଳା ସ୍ଥିତ ଟାଟା ବିଦ୍ୟୁତ୍ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସୂଚନାନୁସାରେ ବାରମ୍ବାର ବିଦ୍ୟୁତ କାଟ କରୁଥିଲା ଟାଟା ପାୱାର। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ବି କର୍ଣ୍ଣପାତ କରିଲାନି ବିଭାଗ। ଶେଷରେ ଆଜି ବାଧ୍ୟହୋଇ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ୪୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଂଚାୟତରେ। ପଂଚାୟତ ଅନ୍ତର୍ଗତ ୧୭ଟି ଗ୍ରାମ ଯଥା:- କାରକାଗୁଡା, ନାକାମାମୁଡ଼ି, ଡାଇକ-୨, ଡାଇକ-୩, ଖଡିକାଝୁଡ଼ି, ନିଳାପାରି ଏହିଭଳି ସବୁ ଗ୍ରାମ ଗୁଡିକରେ ଆଜିକୁ ଦୀର୍ଘ ୬ ଦିନ ହେବ ବିଦ୍ୟୁତ ସରବରାହ ବନ୍ଦ ରହିଛି। ବିଦ୍ୟୁତ ବନ୍ଦ ରହିବା ଦ୍ୱାରା ପିଲାମାନେ ପାଠ ପଢ଼ାରୁ ଵଂଚିତ ରହୁଥିବା ବେଳେ ଅତିଶୟ ଗ୍ରୀଷ୍ମ କୁ ସମ୍ବାଳି ନ ପାରି ଲୋକେ ଗଛତଳେ ଆଶ୍ରୟ ନେଉଥିବା କହିଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିବା ପରେ ମଧ୍ୟ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ତେଣୁ ଆଜି ପ୍ରଥମେ ଉକ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ପାୱାରର କର୍ମଚାରୀ ଏବଂ ସେମାନଙ୍କ ଗାଡିକୁ ଘେରାଉ କରି ବିଭିନ୍ନ ପ୍ରଶ୍ନ କରିଥିଲେ ଗ୍ରାମବାସୀ। କୌଣସି ସୁଫଳ ମିଳି ନଥିବାରୁ ଶେଷରେ ଆଜି ବାଲିମେଳା ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟକୁ ଆସି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ୪୦୦ରୁ ଉର୍ଦ୍ଧ୍ବ ଲୋକଙ୍କ କାର୍ଯ୍ୟାଳୟ ଘେରାଉ ଦେଖି ଏସଡିଓ ବିଶ୍ୱ କେସନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀ ବିଭାଗୀୟ ଯନ୍ତ୍ରୀ ଦେବେନ୍ଦ୍ର କୁମାର ସାହୁ ଗ୍ରାମବାସୀଙ୍କ ଫୋନ ଉଠାଉ ନଥିବାରୁ ବିରକ୍ତି ପ୍ରକାଶ କରି ତାଙ୍କର ବଦଳି ଦାବି କରିଥିଲେ। ଅନ୍ୟ ଦାବି ଗୁଡିକ ମଧ୍ୟରେ ପୂର୍ବ ବର୍ଦ୍ଧିତ ବିଲ ପରିମାଣ ରଦ୍ଦ କରିବା, ବାଲିମେଳାରୁ ଖାରିଗୁଡା ଗ୍ରାମ ଦେଇ ନାକାମାମୁଡ଼ି ପଞ୍ଚାୟତକୁ ସିଧାସଳଖ ବିଦ୍ୟୁତ ସଂଯୋଗୀକରଣ ଏବଂ ପ୍ରତି ମାସରେ ବିଲ ଠିକ ସମୟରେ ପଞ୍ଚାୟତବାସୀ ବିଲ ପୈଠ କରିବେ ବୋଲି ଦୃଢୋକ୍ତି ଦେଇଥିଲେ। ଶେଷରେ ବିଦ୍ୟୁତ ବିଭାଗ ପକ୍ଷରୁ ପଞ୍ଚାୟତବାସୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ରୁ ଓହରିଥିଲେ। ଆଜିର ଏହି ଘେରାଉରେ ପଂଚାୟତର ର ରଘୁ ବୈରାଗୀ, ମଦନ ଖୋସଲା, ଘେନୁ ଖିଲ, ଡମ୍ବରୁ ଗୋଲାରୀ, ସମରା ଗୁଡ଼ିଆ, ଧନପତି ପାଙ୍ଗି, ମାଳତୀ ପାଙ୍ଗି, ମହାଦେବ ସୀସା, ବେଣୁ ହନ୍ତାଳଙ୍କ ସମେତ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।


