ବିଶ୍ୱ ରେଡକ୍ରସ ଦିବସ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ପରାମର୍ଶଦାତା ଓଡ଼ିଆ ଅଧ୍ୟାପକ ମାନସ ରଞ୍ଜନ ବେହେରା ନେତୃତ୍ୱ ପ୍ରଦାନ କରିଥିଲେ। ବିଶ୍ୱ ରେଡକ୍ରସ ଦିବସ ଅବସରରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପୃଷ୍ଟି ରେଡକ୍ରସ ପ୍ରତିଷ୍ଠାତା ସାର ଜନ ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥି ସମ୍ବନ୍ଧରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ସେହିପରି ପାଞ୍ଚପୀଢ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ମାନବିକତାରେ ଅନୁପ୍ରାଣିତ ହୋଇ ଜନସେବା କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ମହେଶ୍ୱର ମହାନ୍ତ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ