ଆଧ୍ୟାତ୍ମିକ ସମ୍ମିଳନୀରେ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ପରମାଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଗୁଜୁରାଟର ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏକ ବିଶାଳ ଧର୍ମସଭାରେ ଯୋଗଦେଇ କହିଲେ ଭାରତ ହେଉଛି ବସୁଧୈବ କୁଟୁମ୍ବକମର ଦେଶ। ଯେଉଁଠି ସାରା ବସୁଧା ହେଉଛି ଏକ ଓ ସମସ୍ତେ ହେଉଛନ୍ତି ତାହାର ସନ୍ତାନ। ଏଥିସହିତ ସମଗ୍ର ଭାରତବର୍ଷରେ ଶାନ୍ତି ବିରାଜମାନ କରୁ ଓ ଧର୍ମ ସ୍ଥାପନା ହେଉ ବୋଲି ଶ୍ରୀମା ବକ୍ତବ୍ୟ ରଖିଥିଲେ। ଏଥିସହିତ ଶ୍ରୀମା କହିଥିଲେ ମାନବ ଜାତି ତା’ର ସତ୍ତା ହରାଇବସୁଥିବା ବେଳେ ଦେଶର ପ୍ରତ୍ୟେକ ସ୍ଥାନରେ ଧର୍ମସଭା, ଧର୍ମ ଜାଗରଣ, ରାଷ୍ଟ୍ରଗଠନ, ଶୁଭ ଚିନ୍ତନ ଓ ସୁମତାମତ ପ୍ରଦାନ ଦ୍ୱାରା ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ôରର ମର୍ଯ୍ୟାଦାକୁ ବଜୟ ରଖିପାରିବ ବୋଲି ଆଗାମୀକାଲିର ଭବିଷ୍ୟତ ଯୁବପିଢୀଙ୍କ ଉଦେଶ୍ୟରେ କହିଛନ୍ତି। ଯାହା ନାହିଁ ଭାରତେ ତାହା ନାହିଁ ମରତେ। ପୂର୍ଣ୍ଣ୍ୟଭୂମି ଭାରତବର୍ଷର ମର୍ଯ୍ୟାଦା ଓ ସମ୍ମାନ ସାରା ପୃଥିବୀରେ ଶ୍ରେଷ୍ଠ ବୋଲି କେଉଁ ପୁରାଣକାଳରୁ ରହିଆସିଥିବା ବେଳେ ଏବେ ଦେଶର ସେହି ଗୈାରବମୟ ଇତିହାସକୁ ଯୁବପିଢୀଙ୍କୁ ଅବଲୋକନ କରାଇ ସେମାନଙ୍କୁ ଅନୁପ୍ରାଣିତ କରିବା ଉଦେଶ୍ୟରେ ଏହି ଧର୍ମସଭାର ଆୟୋଜନ ବୋଲି ଶ୍ରୀମା କହିଥିଲେ। ଏକ ଅଖଣ୍ଡ ଓ ସୁସ୍ଥ ଭାରତ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ପ୍ରୟାସ ଜାରିରଖିବାକୁ ଶ୍ରୀମା ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଟି ମାତାଜୀ, ଅରୁଣ ଓଝା, ଜିତୁ ବାବାଜୀ, ଜୟନ୍ତ ଦାସ, ପୁନ ମାତାଜୀ, ସ୍ୱାମୀ ପ୍ରତିଭା ଗିରୀ, ସ୍ୱାମୀ ଓମ ଆନନ୍ଦ ସରସ୍ୱତୀ, ସ୍ୱାମୀ ପତିତପାବନ ଗିରୀ, ସ୍ୱାମୀ ବଲ୍ଲଭାନନ୍ଦ ସରସ୍ୱତୀ, ବୈଷ୍ଣବ ମହନ୍ତ ପ୍ରମୁଖ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ, ସନ୍ଥମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ