ମାଳମାଳ ବେଆଇନ କରତ କଳ: ଧ୍ବଂସ ପାଇଯିବ ଉପକୂଳ ଜଙ୍ଗଲ
ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବନାଞ୍ଚଳ ବନ ବିଭାଗର ଜଙ୍ଗଲୀ ରାଜ ଯୋଗୁ ଧ୍ବଂସ ପାଇଯିବ ଉପକୂଳ ବର୍ତ୍ତି ଜଙ୍ଗଲ, ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଦୀର୍ଘ ଦିନଧରି ମାଳ ମାଳ ଚୋରା କରତ କଳ ସହିତ ଏକାଧିକ ବେଆଇନ କାଠ ଗୋଲ ଏବେ ଜୋରସୋରରେ ଦେଖିବାକୁ ମିଳୁଛି ।ବିପଦରେ ଏ ଅଞ୍ଚଳର ମନୁଷ୍ୟ ଓ ବନ୍ୟଜନ୍ତୁ ।କେବଳ କାଗଜ କଲମରେ ବନବିଭାଗ ଅଧିକାରୀ ମାନଙ୍କ ଚଢ଼ାଉ କରାଯାଉକରି କହୁଥିବା ବେଳେ ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି I ଯାହାକୁ ନେଇ ପରିବେଶବିତ୍ତ୍ ମାନଙ୍କୁ ଚକିତ କରିଛି ।ସ୍ଥାନୀୟ ପରିବେଶବିତ୍ତ୍ ମାନଙ୍କ କହିବା ଅନୁଶାରେ କାକଟପୁର ଓ ଅସ୍ତରଙ୍ଗ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମାଳାଳ ବେଆଇନ ଚୋରା କରତକଳ ବେଧଡକ ଚାଲୁଥିବା ବେଳେ ପରିବେଶ ପ୍ରଦୂଷିତ ହେଉଥୁବ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଅଭିଯୋଗ ହୋଇ ଆସୁଛି । ତେବେ ଲୋକ ଦେଖାଣିଆ ଚଢ଼ାଉ ବନ ବିଭାଗ କରୁଥବା ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି ।ସୂଚନା ଅନୁଶାରେ ଯେଉଁ ଦିନ ବନ ବିଭାଗର ଚଢ଼ାଉ ହେଉଛି ତାର କିଛି ଘଣ୍ଟା ପୂର୍ବରୁ ଯେଉଁ କରତକଳ ଉପରେ ଚଢ଼ାଉ କରାଯିବ ସେଇ ସବୁ କରତ କଳ ମାଲିକଙ୍କୁ ଆଗୁଆ କିଛି ଅସାଧୁ ବନ କର୍ମଚାରୀଙ୍କ ଦ୍ଵାରା ଖବର ଦିଆ ଯାଉଛି ଯାହା ଫଳରେ ଚଢ଼ାଉ ସମୟରେ କରତ କଳରେ ବେବହୁତ ସରଞ୍ଜାମ ଆଗୁଆ ଖୋଲା ହୋଇ ଅନ୍ୟତ୍ର ନିଆଯାଉଛି ।ଚଢାଉ ସମୟରେ ଖାଲି କିଛି ଖରାପ ଯନ୍ତ୍ରାଂଶ ଓ କିଛି କାଠ ଗଣ୍ଡି ଲୋକ ଦେଖାଣିଆ ଜବତ କରି ବନ ବିଭାଗ ଶିଶୁପାଳ ହୋଇ ଫେଅରୁଛି ।ଯାହା ଫଳରେ ସରକାରଙ୍କ ଲକ୍ଷଧିକ ଟଙ୍କା ଗୋଟିଏ ଦିନରେ ଖର୍ଚ୍ଚ ହେଉଛି ।ତେବେ ସରକାରଙ୍କ ତରଫରୁ ବନ ବିଭାଗର ଉଚସ୍ତରୀୟ ଅଧୂକାରୀଙ୍କୁ ବେଆଇନ କରତକଳ ଚିହ୍ନଟ କରିବା ଏବଂ ଚଢାଉକୁ ବାରମ୍ବାର ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହା ବ୍ୟତୀତ ବେଆଇନ କରତକଳ କାର୍ଯ୍ୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିବା ପାଇଁ ଡ୍ରୋନ ମ୍ୟାଫି ନିର୍ଦ୍ଦେଶ ଏବଂ ଗୁଇନ୍ଦା ସଂଗ୍ରହ ମାଧ୍ଯମରେ ଅଧିକ ନିରୀକ୍ଷଣ କରିବା ପାଇଁ ନୋଟିସ ଜାରି ମଧ୍ୟ କରାଯାଇଛି ।ଏପରି ବେଆଇନ କରତକଳ ଗୁଡ଼ିକର କାର୍ଯ୍ୟକୁ ପ୍ରତିବନ୍ଧିତ କରିବା ପାଇଁ ବିଦ୍ୟୁତ ବିଭାଗ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର, ଟିପିସିଓଡ଼ିଏଲ ପୁରୀ, ଓଡ଼ିଶା)ଙ୍କୁ ଏହି କାର୍ଯ୍ୟାଳୟର ଚିଠି ମାଧ୍ୟମରେ ଚିହ୍ନଟ ହୋଇଥିବା ସ୍ଥାନକୁ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କିନ୍ତୁ ଏହି ଦୁଇ ବିଭାଗର ସମନୋୟ ଅଭାବରୁ ଦୀର୍ଘ ବର୍ଷ ଧରି ସରକାରଙ୍କ ନିର୍ଦେଶ ନାଲି ଫିତା ତଳେ ସୀମିତ ହୋଇରହିଛି ।ସୂଚନା ଅନୁଯାଇ ଅସ୍ତରଙ୍ଗ ରେଞ୍ଜ ଅଧୀନରେ,ତୁଳସୀପୁର, ଅସ୍ତରଙ୍ଗ ସିନେମାହଲ ଛକ,କାକଟପୁର ମୂଖ୍ୟ ବଜାର ଓ ମେଡିକାଲ ଛକ, ବାଜପୁର,କୁଣ୍ଢେଇ ଆଦି ସ୍ଥାନରେ ୩୦ରୁ ଉର୍ଦ୍ଧ ବେଆଇନ ଚୋରା କରତକଳ ଅସ୍ତରଙ୍ଗ ବନ ବିଭାଗ କୁ ଘେରି ରହିଥିବା ବେଳେ ଦିନରାତି ଚୋରା କାଠ ମାଫିଆ ମାନେ ଗ୍ରାମାଞ୍ଚଳରୁ ଟ୍ରିପିଟ୍ରିପି କାଠ କାଟି ନେଉଥିବା ବେଳେ ବନ ବିଭାଗ ସବୁ ଦେଖି ମଧ୍ୟ କିଛି ନଜାଣିଲା ପରି ଚୁପ ରହିବା ଜନସାଧାରଣ ଓ ସ୍ଥାନୀୟ ପରିବେଶବିତ୍ତ ମାନଙ୍କୁ ଚକିତ କରିଛି ।ତେବେ ଏହି ସବୁ ବେଆଇନ କରତକଳ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏଥିପ୍ରତି ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠ ଗ୍ରହଣ କରିବାକୁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି ।


