ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବିଳମ୍ବିତ ରାତ୍ରରେ ଭଦ୍ରକ ଜିଲା ବନ୍ତ ତହସିଲ ଅଧିନ ବନ୍ତ-ବାରିକପୁର ରାସ୍ତାର କୁମ୍ଭାରିଆ ଛକସ୍ଥିତ ମା’ତାରିଣୀ ଚୂଡା ଓ ରାଇସ ମିଲ ପରିସରରେ ଥିବା ଏସ.ପି ଏଣ୍ଟରପ୍ରାଇଜେସ ନାମକ ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ଏଥିସହ ଚୂଡା ଓ ରାଇସ ମିଲର ବହୁ ଯନ୍ତ୍ରାଂଶ, କାନ୍ଥ ଓ ଛାତର କ୍ଷତି ଘଟିଥିବା ଜଣାଯାଇଛି । ରବିବାର ସକାଳ ୬ଟା ବେଳେ ଆଗରପଡା ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ପରେ ଉଭୟ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ଅଗରବତୀ ପ୍ରସ୍ତୁତି ପାଇଁ ଗଛିତ ରହିଥିବା କଞ୍ଚା ମାଲ ଗୁଡିକ ଜଳି ଯାଇଥିବା ଜଣାଯାଇଛି । ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତଦାରଖ ପରେ କ୍ଷୟକ୍ଷତିର ମୂଲ୍ୟ ଜଣାପଡିବ ବୋଲି ଆଗରପଡା ଅଗ୍ନିଶମ ଅଧିକାରୀ ଦୀଲିପ କୁମାର ବେହେରା କହିଛନ୍ତି।


