ମା ମଙ୍ଗଳା ପୀଠରେ ଚନ୍ଦନ ଯାତ୍ରା

ଅସ୍ତରଙ୍ଗ/କାକଟପୁର,(ଶୁଭାଶିଷ ଖଣ୍ଡୁଆଳ):ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ମାନଙ୍କର ୨୧ ଦିନିଆ ଚନ୍ଦନ ଯାତ୍ରା ଶ୍ରୀକ୍ଷେତ୍ରେ ଭଉଁରୀ ନୀତି ଥିବାବେଳେ ପୁରୀ ଜିଲ୍ଲା କାକଟପୁର ବସିନୀ ମା ମଙ୍ଗଳାଙ୍କ ପୀଠରେ, ରାଧାକୃଷ୍ଣଙ୍କର ୨୨ ଦିନ ଧରି ଚାଲୁଥିବା ଚନ୍ଦନ ଯାତ୍ରାର ଉତ୍କଳେ ଭଉଁରୀ ନୀତି ସମାପନ ହୋଇଛି । ଏହି ଚନ୍ଦନ ଯାତ୍ରା ପ୍ରଥା କେଉଁ ଆବାହନ ରୁ ରହିଆଛି । ଯାହା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଶେଷ ହୋଇଥାଏ । ଏହି ସମୟରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା (ମଦନମୋହନ, ରାମକୃଷ୍ଣ, ଦୋଳଗୋବିନ୍ଦ) ନରେନ୍ଦ୍ର ପୋଖରୀରେ ଚାପ ଖେଳିବା ସହ ଚନ୍ଦନ ଲାଗି ହୁଅନ୍ତି ।ସେହିପରି ସୋମବାର ସନ୍ଧ୍ୟରେ ମା ମଙ୍ଗଳା ମନ୍ଦିରରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ସୁସର୍ଜିତ ବିମାନରେ ମଙ୍ଗଳା ମନ୍ଦିର ସେବାୟତ ମାନେ ପାରମ୍ପରିକ ବାଦ୍ୟ ଘଣ୍ଟ,ଘଣ୍ଟା,ଢୋଲ,ମହୁରୀ,ଛତ୍ରୀ ଆଦି ସହ ଆତଶ ବାଜି ମାଧ୍ୟମରେ ମନ୍ଦିର ବାହାରକୁ ଠାକୁରଙ୍କୁ ଅଣାଯାଇ କାକଟପୁର ବଜାର ମଧ୍ୟରେ ଥିବା ପ୍ରାଚୀ ନଦୀ କୂଳ ଚନ୍ଦନ ମଣ୍ଡପକୁ ସୁସର୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା ।ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ପ୍ରତିଦିନ ସନ୍ଧ୍ୟାରେ ରାଧାକୃଷ୍ଣ ଠାକୁରମାନେ ରତ୍ନ ସିଂହାସନରୁ ଆଜ୍ଞାମାଳ ନେଇ ଚନ୍ଦନ ମଣ୍ଡପକୁ ଚାପ ଖେଳିବା ପାଇଁ ଆସିଥାନ୍ତି । ଠାକୁରମାନେ ନୌକା ବିହାର କରି ଚାପ ଖେଳିଥାନ୍ତି । ସୁଗନ୍ଧିତ ଚନ୍ଦନ ପାଣିରେ ଠାକୁରଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ ହେବାପରେ ବିଭିନ୍ନ ଅଳଙ୍କାରରେ ସଜିତ କରାଯାଏ ଯାହା ଗ୍ରୀଷ୍ମ ଋତୁରେ ସେମାନଙ୍କୁ ଶୀତଳତା ପ୍ରଦାନ କରେ ।ଭକ୍ତ ମାନଙ୍କ ଦ୍ୱାରା ବିଭିନ୍ନ ଫଳ ଆଦି ଠାକୁରଙ୍କ ପାଖରେ ଭୋଗ ଲାଗିଥାଏ ଏହି ଭୋଗକୁ ପନ୍ଥୀ ଭୋଗ କୁହାଯାଏ ବୋଲି ମା ମଙ୍ଗଳାଙ୍କ ସେବକ ମାନସ କୁମାର ଦୀକ୍ଷିତ କହିଥିବା ବେଳେ ପ୍ରାଚୀ ନଦୀରେ ଠାକୁରଙ୍କ ଚାପ ଖେଳ ସରିବା ପରେ ପୁନଃ ମନ୍ଦିର ସେବାୟତ ମାନେ ରାଧକୃଷଙ୍କୁ ନେଇ ବିମାନରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।ଏହି ଚନ୍ଦନ ଯାତ୍ରା ୨୨ ଦିନ ଧରି ଚାଲିଥାଏ ।ଏହା ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହା କାକଟପୁର ମା ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନିବିଡ଼ କରିଥାଏ ।ଏହି ଚନ୍ଦନ ଯାତ୍ରାକୁ ମଙ୍ଗଳା ମନ୍ଦିର ସେବାୟତଙ୍କ ସହ ପୂଜା ପଣ୍ଡା ବସନ୍ତ କୁମାର ଦୀକ୍ଷିତ, ଘଣ୍ଟୁଆ ସେଅବକ, ମା ମଙ୍ଗଳା ମନ୍ଦିର ଟ୍ରଷ୍ଟି ଦାଇତ୍ତ୍ୱରେ ଥିବା କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା, ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାଶଙ୍କ ସହ ମନ୍ଦିର ଟ୍ରଷ୍ଟର କର୍ମଚାରୀ ମନେ ଏହି ଚନ୍ଦନ ଯାତ୍ରାକୁ ସୁଚାରୁରୂପେ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ