ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ଶୁଭଖୁଣ୍ଟି ଶୀତଳମଣୋହୀ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ଗତ ଏପ୍ରିଲ୍‍ ମାସ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରାର ଶୁଭଖୁଣ୍ଟି ଶୀତଳମଣୋହୀ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ମାହେନ୍ଦ୍ର ବେଳାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ ମୃଦଙ୍ଗ ଓ ବାଦ୍ୟବାଜଣାର ତାଳେ ତାଳେ ସଂପନ୍ନ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାନଙ୍କ ମଧ୍ୟରୁ ଆସିକାର ଅଧିଷ୍ଠାତ୍ରୀ ଦେବୀ ମା’ଖମ୍ବେଶ୍ୱରୀଙ୍କ ପୀଠ ଅନ୍ୟତମ । ଜଗତଜନନୀ, ଭକ୍ତବତ୍ସଳା, କରୁଣାମୟୀ, ଶକ୍ତିସ୍ୱରୁପିଣୀ ମା’ଖମ୍ବେଶ୍ୱରୀଙ୍କ ମହିମା ଅପାର ହୋଇଥିବାରୁ ବର୍ଷତମାମ ଏହି ପୀଠକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା’ଖମ୍ବେଶ୍ୱରୀଙ୍କ ପୀଠରେ ଭକ୍ତ ଯଦି ନିଜ ହୃଦୟରେ ମା’ଙ୍କୁ ଡାକି ମନ୍ଦିର ପରିସରରେ ଦୀପଟିଏ ଜଳାଇଥାଏ ତାହା ହେଲେ ମା’ଖମ୍ବେଶ୍ୱରୀ ନିଶ୍ଚିତ ଭାବେ ଭକ୍ତର ମନ କଥା ଶୁଣିଥାନ୍ତି ବୋଲି ବିଶ୍ୱାସ ରହିଛି । ମା’ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ପିଣ୍ଟୁ ପ୍ରଧାନ, ରଂଜନ କୁମାର ପଣ୍ଡାଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତ ମାନେ ଏହି ଶୁଭଖୁଣ୍ଟି ଶୀତଳମଣୋହୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନେ ମା ଖମ୍ବେଶ୍ୱରୀଙ୍କ ପୀଠରୁ ବାହାରି ସମବାୟ କେନ୍ଦ୍ର ବ୍ୟାଙ୍କ ନିକଟରେ ପୂଜାର୍ଚ୍ଚନା ସାରି ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ଏହି ଶୁଭଖୁଣ୍ଟି ଶୀତଳ ମଣୋହୀ କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ସନ୍ୟାସୀ ମୁନି, ସତ୍ୟ ନାରାୟଣ ମୁନି, ଶ୍ରୀକାନ୍ତ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ନରସିଂହ ମୁନି, ସଂଜୟ ମୁନି, ପ୍ରସନ୍ନ ମୁନି, କାଳିଆ ମୁନି, ସନ୍ତୋଷ ମୁନି, ପ୍ରମୋଦ କୁମାର ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ବସନ୍ତ ମୁନି, ମୁନା ମୁନି, ଅଜିତ୍‍ କୁମାର ମୁନି, ରାଜୀବ ମୁନି, ଦୀପକ ମୁନି, ଟୁଲୁ ମୁନି, ଚିଙ୍କୁ ମୁନି, ଅବିନାଶ ମୁନି, ଭିକା ମୁନି, ବାବୁଲା ମୁନି, ଢେଲା ମୁନିଙ୍କ ସମେତ ବହୁ ପୂଜକ, ସାହିବାସିନ୍ଦା, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ