ଦୃନୀତି ଗ୍ରସ୍ତ ଏମଡିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ କେବେ ?
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଏକମାତ୍ର କୃଷକ ମାନଙ୍କ ବ୍ୟାଙ୍କ ଓ ସମବାୟ ସମିତି। ଏହି ସମବାୟ ସମିତିରେ ୭୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଦାୟିତ୍ୱରେ ଥିବା ଏମଡି ନିଜେ ଓ ନିଜ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଆତ୍ମସାତ କରିଥିବା ୧୫୫ପୃଷ୍ଠା ପ୍ରମାଣ ହୋଇଥିବା ଡ଼ିଆରସିଏସଙ୍କ ନିକଟରେ ରହିଛି। ଏତେ ଗୁଡ଼ାଏ ଟଙ୍କା ସମିତି ଓ କେସିସି ବ୍ୟାଙ୍କରୁ ବେଆଇନ ଭାବରେ ମିଥ୍ୟା ଗ୍ରହକଙ୍କ ନାମରେ ଉଠାଇ ନେବା ଘଟଣା ଏବେ ରାଜ୍ୟ ସରକାର, ଭିଜିଲାନ୍ସ, ଜିଲ୍ଲା ପ୍ରଶାସନ ଓ ସମବାୟ ସଚିବଙ୍କ ନିକଟରେ ପହଁଚିଛି। କିନ୍ତୁ ଆଜିଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନିକି ଟଙ୍କା ଆଦାୟ କରାଯାଇନଥିବା ଆଶ୍ଚର୍ଯ୍ୟ କରିଛି ସାଧାରଣରେ। ଗତ ୨. ୫. ୨୬ ତାରିଖରେ ଏଆରସିଏସ ଜନ୍ମଜୟ ମହାପାତ୍ର ଓ ଲ୍ୟାମ୍ପ ପରିଚାଳନା କମିଟି ତଦନ୍ତ ବେଳେ ଦୃନୀତି କରିଥିବା କାଗଜ ପତ୍ରରେ ପ୍ରମାଣିତ ହୋଇଥିଲା। ସେତେବେଳେ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ କହିଥିଲେ କମିଟି। କିନ୍ତୁ ସତଦିନ ସମୟ ମାଗିଥିଲେ ଏମଡି ତ୍ରିପାଠୀ। କିନ୍ତୁ ଆଜିଯାଏ ଦାୟିତ୍ୱ ହସ୍ତାନ୍ତର କରି ନଥିବାରୁ ୧୦ ଦିନହେବ ଲେମ୍ପ ଓ ବ୍ୟାଙ୍କ ରେ କୌଣସି କାର୍ଯ୍ୟ ହେଉନି। କୋୖଣସି ଚାଷୀ, ଏସେଚଜି, ଜମାକାରୀ କାର୍ଯ୍ୟ ପାଇଁ ଗଲେ କିଏବି କର୍ମଚାରୀ ରହୁ ନାହାନ୍ତି। ସିଲା ନିରୋଞ୍ଜନଙ୍କୁ ଦାୟିତ୍ୱ ହାତନ୍ତ କରିବାର ଥିଲେ ମଧ୍ୟ ଦୁର୍ନୀତି ଗ୍ରସ୍ତ ଏମଡି ଲେଡଜର, ଫାଇଲ, ଜମା ଖାତା, ପାସ ବହି,ରସିଦ ଭଳି ଅନେକ ଗୁରୁତ୍ୱ ପୁର୍ଣ ନଥିପତ୍ର ପ୍ରଦାନ କରିନଥିବାରୁ ଲ୍ୟାମ୍ପ ଓ ବ୍ୟାଙ୍କ ଏକ ରକମ କୋମାରେ ଶୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଆସନ୍ତା କାଲି (ଗୁରୁବାର )ଦିନ କୁଆଡେ ପରିଚାଳନା କମିଟି ଗୁରୁତ୍ୱ ପୁର୍ଣ ବୈଠକ ଡ଼ାକିଥିବା ଜଣା ପଡିଛି। ଯଦି ଏମଡି ତାରିଣୀ ତ୍ରିପାଠୀ ୭୫ଲକ୍ଷ ଟଙ୍କାରୁ ଅଧିକ ଆତ୍ମସାତ କରିଛନ୍ତି ତେବେ ତାଙ୍କଠୁ ଆଦାୟ କରା ଯାଉନି କାହିଁକି ବୋଲି ସାଧାରଣରେ ଚର୍ଚା ହେଉଛି। ଭିଜିଲାନ୍ସ ଜୟପୁର ଡିଭିଜନ କଲ୍ୟାଣସିଂହପୁର ଲ୍ୟାମ୍ପରେ ତଦନ୍ତ କଲେ ଆହୁରି ଅଧିକ ତଥ୍ୟ ପଦାକୁ ଆସିବ ବୋଲି କୁହା ଯାଉଛି।ଲ୍ୟାମ୍ପ ଓ ବ୍ୟାଙ୍କକୁ ତଦାରଖ କରିବା ପାଇଁ ପ୍ରତିମାସରେ ଦୁଇଥର ଆସୁଥିବା ସୁପ୍ରଭାଇଜର ଓ ଏସ ଆର ସିଏସ ମାନେ କଣ ଟଙ୍କା ହେରେଫେରେ ହୋଇଥିବା ଜାଣି ପାରିଲେନି କେମିତି ନା ସବୁଜାଣି ଚୁପ କାହିଁକି ରହିଲେ ବୋଲି ପ୍ରଶ୍ନ ଉଠିଵାରେ ଲାଗିଛି।ଆସନ୍ତା କାଲି ପରିଚାଳନା କମିଟି ବୈଠକ ହେବାର ଅଛି। କଣ ନିଷ୍ପତି ନେବେ ତାହା ବୈଠକ ଶେଷ ହେବାପରେ ଜଣା ପଡିବ ବୋଲି ଲୋକେ ଚାହିଁ ବସିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।


