ଜନ-ଆକ୍ରୋଶ ମହିଳା ସମାବେଶ
ସିନାପାଲି,(ଲିଲାମ୍ବର ନାଗ): ନାରୀ ବନ୍ଦନ ବିଲ୍କୁ ଲୋକସଭାରେ କଂଗ୍ରେସ ଦଳ, ବିଜେଡି – ଦଳ ଏବଂ ସେମାନଙ୍କ ସହଯୋଗୀ ଦଳମାନଙ୍କ ଦ୍ବାରା କରାଯାଇଥିବା ବିରୋଧକୁ ନେଇ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଉଦନ୍ତୀ ମଣ୍ଡଳ ତରଫରୁ ସିନାପାଲି ଠାରେ ତୀବ୍ର ପ୍ରତିବାଦ କରାଯାଇଛି। ନାରୀମାନଙ୍କ ଅଧିକାର ଓ ସଶକ୍ତିକରଣ ପାଇଁ ଏହି ବିଲ୍ ଅତ୍ୟନ୍ତ ଆବଶ୍ୟକ ବୋଲି ମାଆ-ଭଉଣୀମାନେ ମତ ପ୍ରକାଶ କରିଛନ୍ତି । ଉଦନ୍ତୀ ମଣ୍ଡଳ ସଭାପତି ପୁସ୍ତମ ମଶ୍ରା ଙ୍କ ନେତୃତ୍ବରେ ଏହି ‘ଜନ-ଅ।କ୍।ଶ ବି କ୍ଷୋଭ ‘ ହୋଇଥ୍ ବା ବେଳେ, ମୁଖ୍ୟ ଅତିଥି ରୁପେ ସୁବ୍ରତ କୁମାର ଠାକୁର ( ପୂର୍ବତନ ଜିଲ୍ଲା ବିଜେପି ସଭାପତି, ନୂଆପଡା) ଯୋଗଦାନ କରିଥିଲେ। ସମ୍ମାନିତ ଅତିଥ୍ ରୁପେ ଆଶା ଜୈନ (ଜିଲ୍ଲା ସମ୍ପାଦିକା ତଥା ଜିଲ୍ଲା ପରିଷଦ ସଦସ୍ୟା),ପୂର୍ଣମୀ ମାଝୀ (ନୂଆପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ସମ୍ପାଦିକା ), ବିନତେ ନାଏକ (ଉଦନ୍ତୀ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି), ସମଲେଇ ମଣ୍ଡଳ ସଭାପତି କୁମ୍ଭ ବାଗ, ବୁଢାଦେଓ ମଣ୍ଡଳ ସଭାପତି କୃଭିବାସ ତେଜି, ପୂର୍ବତନ ମଣ୍ଡଳ ସଭାପତି ମାର୍କଣ୍ଡ ଗହିର ଏବଂ ନରହରି ହଂସ, ବରିଷ୍ଠ କାର୍ଯ୍ୟକର୍ତ୍ତା ନନ୍ଦକୁମାର ପାତ୍ର, ପ୍ରତାପ ଗୁଆଲ, ଧର୍ମେନ୍ଦ୍ର ପୁରୋହିତ, ମଣ୍ଡଳ ଉପସଭାପତି ଅମିତ ଜୈନ, ସୁରେଶ ବାଗ ଓ ପ୍ରେମଶିଳା ମେହେର, ମଣ୍ଡଳ ସାଧାରଣ ସମ୍ପାଦକ ଆତ୍ମାରାମ ନାଗ ଯୋଗଦାନ କରିଥିଲେ ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ଯୁବ କାର୍ଯ୍ୟକର୍ତ୍ତା, ନାରୀ ସଂଗଠନର ଶତାଧିକ ନାରୀ ଶକ୍ତି ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସମସ୍ତ ପ୍ରତିବାଦକାରୀମାନେ ନାରୀ ବନ୍ଦନ ବିଲ୍କୁ ସମର୍ଥନ କରି ଏହାକୁ ବିରୋଧ କରୁଥିବା ଦଳମାନଙ୍କର କାର୍ଯ୍ୟକୁ ନିନ୍ଦା କରିଥିଲେ । ଏହି ବିଲ୍ ନାରୀ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି ସେମାନେ ଦୃଢ଼ତା ସହ କହିଥିଲେ। ସ୍ଥାନୀୟ ଉଗ୍ରସେନ ଭବନ ଠାରେ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଏକତ୍ରୀତ ହୋଇ ଏକ ସାଧାରଣ ସଭା ଅନୁଷ୍ଠିତ କରିଥିଲେ ଏବଂ ବିଶାଳ ପଦଯାତ୍ରା ମାଧ୍ଯମରେ ବିଭିନ୍ନ ନାରାବାଜୀ କରି ନଗର ପରିକ୍ରମା କରିବା ସହିତ ନେହେରୁ ମଣ୍ଡପ ନିକଟରେ ବିରୋଧ ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟିର ନେତା ଅଖୁଳେଶ ଯାଦବ, ତୃଣମୂଳ କଂଗ୍ରେସ ଦଳ ନେତ୍ରୀ ମମତା ବାନାର୍ଜୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ।


