ପ୍ରିମିୟର ଲିଗ୍ ସିଜନ-୪ : ଆଜାଦ ଏକାଦଶ ଦଳ ଚାମ୍ପିୟାନ
ଗୁଣପୁର,(ୱାଇଏନଏସ): ଗୁଣୁପୁର ମିନି ଷ୍ଟାଡିୟମ୍ରେ ଆୟୋଜିତ ଜିପିଏଲ ସିଜନ–୪ ର ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ଆଜାଦ ଏକାଦଶ ଦଳ ଚିତାସ ଦଳକୁ ପରାସ୍ତ କରି ଚାମ୍ପିୟନ୍ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଣୁପୁର ଚିତାସ୍ ଦଳ ସମସ୍ତ ୱିକେଟ୍ ହାରାଇ ମୋଟ ୧୧୫ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ଆଜାଦ ଏକାଦଶ ଦଳ ୭ ୱିକେଟ୍ ହାରାଇ ବିଜୟ ପାଇଁ ଆବଶ୍ୟକ ତିନି ଉଇକେଟ ବିନିମୟରେ ୧୧୮ ରନ୍ କରି ବିଜୟ ହାସଲ କରିଥିଲେ । ଚଳିତ ବର୍ଷ ସିଜନ–୪ ରେ ଆଜାଦ ଏକାଦଶ ଦଳ ଚାମ୍ପିୟନ୍ ହୋଇଥିବା ବେଳେ ଗୁଣୁପୁର ଚିତାସ୍ ରନର୍ସ ଅପ୍ ହୋଇଛନ୍ତି । ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବେ ରାୟଗଡା ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ସମ୍ମାନିତ ଅତିଥି ଭାବେ ବିଜେପି ନେତା ୱାଇ. ୱେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ), ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ. ଗଣପତି, ଗାନ୍ଧୀ ବିଶ୍ଵ ବିଦ୍ୟାଳୟର ଉପ ସଭାପତି ଚନ୍ଦ୍ରଧ୍ୱଜ ପଣ୍ଡା, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ବିଜେପି ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଜିଲ୍ଲା ବିଜେଡି ଉପ ସଭାପତି ଏସ୍. ବାବା ପ୍ରସାଦ, ଯୁବ ବିଜେଡ଼ି ନେତା ରାମଚନ୍ଦ୍ର ପଣ୍ଡା, ଆପା ରାଓ ପାତିକା, କ୍ରୀଡାବିତ ସପନ ଦାଶ,ବିଜେପି ନେତା ଅମର କୁମାର ସାହୁ, ମୁଖୀ ଦିଭାର, ଏସ୍. ଭାର୍ଗବ, ହାଡିଆ ଶବର ଓ କିରଣ କୁମାର ପାଣିଗ୍ରାହୀ ଯୋଗଦେଇ ବିଜେତା ଓ କୃତି ଖେଳାଳି ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍କୁ ଅମ୍ପାୟର ଭାବେ ଶାରଦା ପ୍ରସନ୍ନ ମହାପାତ୍ର ଓ ରାଜେଶ ବିଶ୍ୱାଳ ପରିଚାଳନା କରିଥିଲେ । ଏହି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ରାଇଜିଙ୍ଗ ଷ୍ଟାର ସ୍ପୋର୍ଟସ୍ ଏଣ୍ଡ ସୋସିଆଲ୍ ସର୍ଭିସ୍ ଆସୋସିଏସନ୍ ପକ୍ଷରୁ ଆୟୋଜନ କରାଯାଇଥିଲା


