ଭୀଷ୍ମଗିରିରେ ସୁନା ଓ ରୂପା ଅଳଙ୍କାର ଚୋରି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଉଦୟ ନାରାୟଣ ସାହି ର ନାରାୟଣ ଦାସ ଙ୍କ ଘର ଆଲମିରା ରୁ ପ୍ରାୟ ୧୯ ଭରି ସୁନା ଓ ୧୪ ଭରି ଓଜନର ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ନାରାୟଣ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ପ୍ରାୟ ୨ ମାସ ପୂର୍ବରୁ ଏହି ଚୋରି ଘଟଣା ଘଟିଛି। ନାରାୟଣ ଙ୍କ ଜଣେ ସମ୍ପର୍କୀୟ ତାଙ୍କ ଘରକୁ ଭୋଜି ଖାଇବାକୁ ଆସିଥିଲେ।ସେହି ସମୟରେ ସେ ହିଁ କୌଶଳ କରି ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ,ରୂପା ଅଳଙ୍କାର ଚୋରି କରି ପଳାଇଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି। ତଦନ୍ତକାରୀ ପୋଲିସ ଅଧିକାରୀ ନାରାୟଣ ଙ୍କ ଘରେ ପହଞ୍ଚି ସବିଶେଷ ତଦନ୍ତ କରିବା ପରେ ଘରର କୌଣସି ତାଲା କିମ୍ବା ଆଲମିରା ତାଲା ଭଙ୍ଗା ଯାଇନଥିବା ଜାଣିବାକୁ ପାଇଛନ୍ତି।ତେଣୁ ଏହି ସନ୍ଦେହଜନକ ଚୋରି ଘଟଣା ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି।


