ମେଡିକାଲରେ ଗର୍ଭାଶୟ କ୍ୟାନ୍ସର ଟିକାକରଣ
ହାଟଡିହି (ଓ୍ବାଇଏନଏସ): ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ହଦଗଡ଼ ଡାକ୍ତରଖାନାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ଗର୍ଭାଶୟ ମୁଖ କର୍କଟ ପ୍ରତିରୋଧ ପାଇଁ ଏଚ.ପି ଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ରେ ହଦଗଡ଼ ମେଡିକାଲ ଅଫିସର ଡ଼ଃ ପ୍ରଭାସ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୪ ରୁ ୧୫ ବର୍ଷ ବୟସର ୧୦ ଜଣ କିଶୋରୀଙ୍କୁ ଗର୍ଭାଶୟ କର୍କଟରୁ ସୁରକ୍ଷିତ କରିବା ନିମନ୍ତେ ଟୀକାକରଣ କରାଯାଇଥିଲା। ସପ୍ତାହର ପ୍ରତ୍ୟେକ ଗୁରବାର ଦିନ ହଦଗଡ ମେଡିକାଲ ଓ ମୁଗୁପୁର ପି.ଏଚ.ସି , ରେ ସୋମବାର, ମଙ୍ଗଳବାର ସୋସୋ ପି.ଏଚ.ସି ରେ ଏବଂ ସପ୍ତାହର ସବୁ ଦିନ ଶାଳଣିଆଁ ଓ ହାଟଡିହି ମେଡିକାଲରେ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବି.ପି.ଏମ ଚନ୍ଦନ କୁମାର ସାହୁ ଜଣାଇଛନ୍ତି। ଏହି ଟୀକା ସମ୍ପୂର୍ଣ ସୁରକ୍ଷିତ ଏହାର ସେହିପରି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ନାହିଁ ଏବଂ ଏହାକୁ ସମସ୍ତ କିଶୋରୀ ବାଳିକା ମାନେ ନେବା ପାଇଁ ସମସ୍ତ ଅଭିଭାବକ ମାନଙ୍କୁ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ପ୍ରଭାତ ନାୟକ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନର୍ସିଂ ଅଫିସର ମାଳତୀ ମହାପାତ୍ର, ବିଶ୍ୱକଲ୍ୟାଣୀ ଦାସ ଟିକକରଣ କରିଥିବାବେଳେ ସ୍ୱାସ୍ଥ୍ୟକର୍ମୀ ଶୁଭସ୍ମିତା ପାତ୍ର ଓ ଦେବେନ୍ଦ୍ର ସାମଲ ସହଯୋଗ କରିଥିଲେ ।


