ସମଣା ରାସ୍ତାର ହେବ ଉନ୍ନତିକରଣ

ହାଟଡିହି (ଓ୍ବାଇଏନଏସ): ହାଟଡିହି ସମଣା ରାସ୍ତାର ହେବ ଉନ୍ନତିକରଣ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏସ୍ଟିମେଟ କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ପରେ  ସରକାର ଏଥିପାଇଁ ଅନୁଦାନ ଯୋଗାଇ ଦେଇଛନ୍ତି। ୧୮ କୋଟି ୪୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ  ହାଟଡିହି ଠାରୁ ସମଣା ଓ ବରାଙ୍ଗ ଠାରୁ ହାବଳେଶ୍ୱର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ। ଅତିଶୀଘ୍ର ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ବାହାରିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଭାରୀଯାନ ଚଳାଚଳ ଦ୍ୱାରା ଏହି ରାସ୍ତାଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ବୈତରଣୀ ନଦୀ କୂଳରେ ଥିବା ଗିରିଗାଁ, ଗୋବିନ୍ଦପୁର, ଡ଼ିମିରିଆ, ହାବଳେଶ୍ୱର, ଜମ୍ଭରା ଆଦି ବାଲିଘାଟରୁ ଏହି ରାସ୍ତାଦେଇ ବାଲି ପରିବହନ ହେଉ ଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହୋଇ ଯାତାୟାତ ଅନୁପଯୋଗୀ ହୋଇ ପଡିଛି। ଏହି ରାସ୍ତା ଉପରେ ମରେଇଗାଁ, ବଡ଼ରମ୍ପାସ, ଆମ୍ବୋ, ସମଣା, ହାବଳେଶ୍ୱର, ଷଡ଼ଙ୍ଗ, ଆଦି ପଞ୍ଚାୟତର ୪୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ନିର୍ଭର କରୁଥିବା ବେଳେ ଗତ କିଛି ମାସ ହେବ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ଗମନା ଗମନ ସମସ୍ୟାରୁ ଲୋକମାନେ ମୁକ୍ତି ପାଇ ପାରିବେ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ