ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଅବିନାଶ ମହାରଣା(୨୫)ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ସୂଚନା ଅନୁଯାୟୀ ସଂପୃକ୍ତ ନାବାଳିକାଙ୍କ ସହ ଯୁବକ ଜଣକ ଶାରିରୀକ ସମ୍ପର୍କ ରଖିଥିଲେ। ଏହାର ଭିଡିଓ ରେକଡିଂ ମଧ୍ୟ କରି ଦେଇଥିଲେ। ଏବେ ସେହି ଭିଡିଓ ଦେଖାଇ ନାବାଳିକାଙ୍କୁ ଅଭିଯୁକ୍ତ ଅବିନାଶ ବ୍ଲାକମେଲ କରୁଛି। ଏନେଇ ନାବାଳିକା ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନା କେଶ ନମ୍ବର-୩୧୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୨୯୬, ୧୧୫(୨), ୬୪(୨)(ଏମ), ୭୪,୩୫୬(୧), ୩୫୧(୨) (୩) (୪), ୩(୫) ଏବଂ ପୋକ୍ସୋ ଆଇନର ୬ଧାରାରେ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


