ସମାଜସେବୀଙ୍କ ପରଲୋକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅଧିନ ଚଉଦକୁଲାଟ ନୀଳକଣ୍ଠପୁର ଗ୍ରାମର ସମାଜସେବୀ ଭାଗବତ ମହାନ୍ତିଙ୍କ ୮୮ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗରେ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ ପରେ ନିଜ ଗ୍ରାମ ଚଉଦକୁଲାଟ ନୀଳକଣ୍ଠପୁରରେ ରହି ସାମାଜିକ ଓ ସମାଜସେବା ମୂଳକ କାର୍ଯ୍ୟ ସହ ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ସେ ଜଣେ ସରଳ, ଅମାୟିକ, କର୍ତବ୍ୟନିଷ୍ଠ ଓ ସ୍ନେହୀ ମଣିଷ ଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବିୟୋଗରେ ସ୍ଥାନୀୟ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଶବାଧାରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତ୍ୟୁ ସମୟରେ ବଡ ଝିଅ ସହ ଧରିତ୍ରୀ ଖବରକାଗଜର ବରିଷ୍ଠ ସହ ସମ୍ପାଦିକା ସଂଘମିତ୍ରା ମହାନ୍ତି, ସାନ ଝିଅ ସୁମିତ୍ରା ମହାନ୍ତି, ତିନି ନାତି ସ୍ତୁତିମାନ, ଶତମନ୍ୟୁ, ସତୃଜିତ, ଦୁଇ ନାତୁଣୀ, ବୋହୁ ଭାଣିଜୀ ମମାତା, ପୁତୁରା ବାବୁଆ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ବଡନାତୁଣୀ ଲିତାଲି ମହାପାତ୍ର ଓ ନାତୁଣୀ ଜ୍ୱାଇଁ ସିଂଗାପୁରରେ ଅବସ୍ଥାପିତ ଅଛନ୍ତି । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ରଣଜିତ ମୁଖାଗ୍ନି ଦେଇଥିଲେ ।


