ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ପୋଖରୀ ନିଲାମ ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାକ ସଂଯମ ପରେ ଆକ୍ରମଣ। ଖବର ମୁତାବକ,ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଗୋପ ବ୍ଲକ ଅଧୀନ ଜଙ୍ଗଲବୋରି ପଂଚାୟତ ରେ କିଛି ଦିନ ପୂର୍ବେ ପୋଖରୀ ନିଲାମ ହୋଇଥିଲା । କିନ୍ତୁ ପୋଖରୀ ନିଲାମ ସହ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ବାକ ସଂଯମ ପରେ ଗଣ୍ଡଗୋଳ ହୋଇଥିଲା ।ନିଜ କାମ ସାରି ଆରତ ଭୋଇ ଘରକୁ ଫେରୁଥିବା ବେଳେ ଅଶୋକ ଭୋଇ ଙ୍କ ମଧ୍ୟରେ ପାଟି ତୁଣ୍ଡ ହେବା ପରେ କେନାଲ ଶଙ୍ଖ ନିକଟରେ ଅନ୍ଧାର ସୁଯୋଗ ନେଇ ଅଶୋକ ଭୋଇ, ଆରତ ଭୋଇ ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।ଆରତ ଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଅଧିକ ରକ୍ତସ୍ରାବ ହୋଇଥିଲା।କିନ୍ତୁ ଅନେକ ଥର ଗାଳି ଗୁଲଜ କରୁଥିବାରୁ ନିଦ୍ଧିଷ୍ଟ ବ୍ୟକ୍ତିଙ୍କ ନାଁରେ ବାରମ୍ବାର ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିବା ଧାରଣା ବସିଥିବା ମହିଳା ମାନେ ମତ ଦେଇଛନ୍ତି । ଅନ୍ୟ ପଟେ ସ୍ଥାନୀୟ ଅଂଚଳ ବାସିନ୍ଧା ଅନନ୍ତ ସାହୁ କହିବା ମୁତାବକ, ନୟାହାଟ ଫାଣ୍ଡି ଠାରୁ ଏକ କିଲୋମିଟର ଦୂରରେ ଥିବା ଅଂଚଳରେ ଜଣେ ଖଳପ୍ରକୃତି ଲୋକ ଅଛି ଏମିତିକି ବାରମ୍ବାର ବିଭିନ୍ନ କାରଣ ନେଇ ଥାନାରେ ଅଭିଯୋଗ ହେଲେ ମଧ୍ୟ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ ଶୁଣନ୍ତିନାହିଁ, ଯାହାକି ଚାପ ପକାଇ ଆପୋଷ ଆଲୋଚନା କରିବାକୁ ବାଧ୍ୟ କରନ୍ତି କିଛି ପୁଲିସ କର୍ମଚାରୀ ବୋଲି ଗଣମାଧ୍ୟ୍ୟମ ସାମ୍ନାରେ କହିଛନ୍ତି ।ଗତ କିଛି ଦିନ ତଳେ ମଧ୍ୟ ପୁନର୍ବାର ଫାଣ୍ଡିରେ ଅଭିଯୋଗ ହୋଇଥିଲା, କିନ୍ତୁ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ କିଛି ଶୁଣିନଥିବାରୁ ଅଶୋକ ଭୋଇ ନାମକ ଯୁବକ ରାତିରେ ଯାଇ ଦୁଇ ଜଣକୁ ଏକ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ। ଆରତ ଭୋଇ ଓ ତାଙ୍କ ମା “ବିଦୁଲତା ଭୋଇ କୁ ଆକ୍ରମଣ କରିଥିଲେ। କିନ୍ତୁ ଅନନ୍ତ ସାହୁ କହିବା ମୁତାବକ,ଆମ ପରିବାର ସମ୍ପୂକ୍ତ ନଥାଇ ପୁଅ ନାଁ ସହ ନିଜ ନାଁ ରେ ଥାନାରେ ଦେଇଛନ୍ତି, ଆମେ ଦାବୀ କରୁଛୁ ନୟାହାଟ ଫାଣ୍ଡି ଦାୟିତ୍ୱ ରେ ଥିବା ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି। ଏହି ଭଳି ଅଧିକାରୀ କିଛି ଥାନାରେ ରହି କାଉଣ୍ଟର ଅଭିଯୋଗ କରିବାକୁ ଅନ୍ୟ ପକ୍ଷକୁ କହିବା ସହ ନିର୍ଦୋଷୀ କୁ ଦୋଷୀ, ଦୋଷୀ କୁ ନିର୍ଦୋଷୀ କରୁଛନ୍ତି ଏହି ଭଳି ପୁଲିସ ବାବୁ ମାନେ।ଏ ଘଟଣା କୁ ପୁରୀ ଏସ୍ପି ତଦନ୍ତ କରିବାସହ ଫାଣ୍ଡି ଅଧିକାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି।ଅନ୍ୟ ପଟେ ଆକ୍ରମଣ ଶିକାର ହୋଇଥିବା ପରିବାର ସହ ସ୍ଥାନୀୟ ବାସିନ୍ଧା ନ୍ୟାୟ ସହ ଅଭିଯୁକ୍ତ ଙ୍କୁ ଗିରଫ ପାଈଁ ସୋମବାର ନୟାହାଟ ଫାଣ୍ଡି ଘେରାଉ କରିଥିବା ବେଳେ କିଛି ସମୟ ପରେ ଗୋପ ଥାନା ଅଧିକାରୀ ଦୁର୍ଗା ଚରଣ ମହାପାତ୍ର ପହଂଚି ଧାରଣା ବସିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ଭଙ୍ଗ ହୋଇଥିଲା।


