ପୂର୍ବତନ ମନ୍ତ୍ରୀ ଭାଗବତ ମହାନ୍ତିଙ୍କ ସ୍ମୃତିରେ ଦହି ସର୍ବତ ବଣ୍ଟନ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ସ୍ମୃତିରେ ଦହି ସର୍ବତ ଓ ଥଣ୍ଡା ଗ୍ଲୁକୋଜ ପାଣି ବଣ୍ଟନ କରାଯାଇଛି। ଅତ୍ୟଧିକ ଗରମ ଓ ଅସହ୍ୟ ଗୁଳୁଗୁଳିକୁ ଆଖି ଆଗରେ ରଖି କେନ୍ଦ୍ରାପଡା ସହରର ଜ୍ଞାନପୀଠ ଛକରେ ପଥଚାରୀମାନଙ୍କୁ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିରେ ଦହି ସର୍ବତ ଓ ଥଣ୍ଡା ଗ୍ଲୁକୋଜ ପାଣି ପ୍ରଦାନ କରାଯାଇଥିଲା। ଏହାକୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସାଧାରଣ ପ୍ରବନ୍ଧକ ରାଜୀବଲୋଚନ ପଣ୍ଡା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ ସୁଶୀଲ କୁମାର ସାମଲ, ଭାଗିରଥି ଜେନା, ଗୋଲଖ ପଢିଆରୀ, ଦେବେନ୍ଦ୍ର କୁମାର ଦାସ, ରଶ୍ମୀରଞ୍ଜନ ବେହେରା, ରମାକାନ୍ତ ନାୟକ ପ୍ରମୁଖ ପରିଚାଳନା କରିଥିଲେ।


