ଟ୍ରଷ୍ଟ ପକ୍ଷରୁ ବିବାହ ସହାୟତା ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିବାହ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟି ଭୁବନମୋହନ ଦାସ କେନ୍ଦ୍ରାପଡା ସହରର ଚାଟରାପାଟଣା ଗ୍ରାମର ଅକ୍ଷୟ କୁମାର ସ୍ୱାଇଁଙ୍କ ଝିଅ ରଶ୍ମିତା ସ୍ୱାଇଁକୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସହାୟତା ପ୍ରଦାନ ସମୟରେ ହିମାଂଶୁଶେଖର ପାତ୍ର ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଟ୍ରଷ୍ଟ ପକ୍ଷରୁ ବନ୍ୟା, ବାତ୍ୟା ଓ ଘରପୋଡି ପ୍ରାକୃତିକ ବିପର୍ଯ୍ୟୟ ପ୍ରପିଡିତ, ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଏବଂ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ମେଧାବୃତ୍ତି ସହାୟତା ବିଭିନ୍ନ ସମୟରେ ପ୍ରଦାନ କରାଯାଇଥାଏ।


